କେନ୍ଦ୍ରାପଡା ସିଙ୍ଗିରିରେ ଓଲଟିଲା ବସ୍, ୪୦ରୁ ଅଧିକ ଯାତ୍ରୀ ଆହତ ।

କେନ୍ଦ୍ରାପଡାର ଆଳି ସିଙ୍ଗିରରେ ଓଲଟିଲା ବସ୍ । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବସ୍, ୪୦ ଜଣ ଆହତ । ତେବେ ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତୁରନ୍ତ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବସରେ ମୋଟ ୬୦ ଜଣ ଯାତ୍ରୀ ଥିଲେ । ରାସ୍ତା କଡକୁ ଖସି ପଡିବା କାରଣରୁ ବସଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଝରକା ବାଟେ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଉଛି । ମିଳିଥିବା ସୂଚନା ମୁତାବକ ଆଳି ସିଙ୍ଗିରି ନିକଟରେ ହାଇୱା ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଚାନ୍ଦବାଲିରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବସ୍ । ଅନ୍ୟପଟେ ପଟ୍ଟାମୁଣ୍ଡାଇ ପଟୁ ରାଜକନିକା ଆଡକୁ ଯାଉଥିଲା ହାଇୱା । ସିଙ୍ଗିରି ନିକଟରେ ଉଭୟ ହାଇୱା ଓ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଉଭୟ ବସ୍ ଓ ହାଇୱା ରାସ୍ତା କଡକୁ ଖସି ପଡିଥିଲା । ଯାତ୍ରୀଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କରିବାକୁ ପହଞ୍ଚିଥିଲେ ।

Spread the love