ଶୁଭଶ୍ରୀ ମୃତ୍ୟୁ ମାମଲାରେ ବଢୁଛି ସସ୍‌ପେନ୍‌ସ: କୁଆଡେ ଗଲେ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ?

ଯୋଡା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁର କାରଣ ସିନା ଜଣାପଡ଼ିଲା ହେଲେ ଏଯାଏ ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ କିଛି ସ୍ପଷ୍ଟ ସୂଚନା ଆସି ନାହିଁ । ସେ କୁଆଡ଼େ ଗଲେ, କେଉଁଠି ଅଛନ୍ତି ଜଣାପଡ଼ି ନାହିଁ । ତେବେ ଶୁଭଶ୍ରୀଙ୍କର ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରୁ ବିଷକ୍ରିୟାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର ପ୍ରାଥମିକ ରିପୋର୍ଟ ଦେଇଛନ୍ତି । ଫୋରେନସିକ୍‌ ରିପୋର୍ଟ ଆସିବା ଯାଏ ଏହି ରିପୋର୍ଟ ସଂରକ୍ଷିତ ରହିବ । ଏ ସମ୍ପର୍କରେ କେନ୍ଦୁଝର ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଏପଟେ ଡାକ୍ତର ଶୁଭଶ୍ରୀ ମୃତ୍ୟୁ ମାମଲାରେ ବଢୁଛି ସସ୍‌ପେନ୍‌ସ । ସନ୍ଦେହ ଘେରରେ ରହିଛନ୍ତି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ। ତେବେ ବର୍ତ୍ତମାନ କେଉଁଠି ଲୁଚିଛନ୍ତି ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ? ଡିସେମ୍ବର ୨୦ ତାରିଖରେ ଯୋଡ଼ା ଥାନାରେ ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଏତଲା ଦେଇଥିଲେ ଶୁଭଶ୍ରୀ। ଦର୍ଶାଇଥିଲେ, ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ ଦିବ୍ୟରଞ୍ଜନ। ପରେ ବିବାହ ପାଇଁ ମନା କରି ଦେଇଥିଲେ । ପ୍ରତାରଣା ମିଳିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଶୁଭଶ୍ରୀ ।

ଏପଟେ ସାମନାକୁ ଆସିଛି ଦିବ୍ୟରଞ୍ଜନଙ୍କ ରେଜିଗ୍‌ନେସନ ଲେଟର । ନୂଆଗାଁ ଡିସ୍‌ପେନ୍‌ସରୀରେ ଡାକ୍ତର ଥିବା ଦିବ୍ୟରଞ୍ଜନ ମାଝୀ ଡିସେମ୍ବର ୧ ତାରିଖରେ ଇସ୍ତଫା ଦେଇଛନ୍ତି । ବିବାହ କାରଣରୁ ସେ ଚାକିରୀରୁ ଇସ୍ତଫା ଦେଉଥିବା ଦର୍ଶାଇଛନ୍ତି। ଡିସେମ୍ବର ୩୧ତାରିଖ ଚାକିରୀରେ ତାଙ୍କର ଶେଷ ଦିନ ବୋଲି ଚିଠିରେ ଉଲ୍ଲେଖ ରହିଛି । ସେହି ୩୧ତାରିଖରେ ହିଁ ଶୁଭଶ୍ରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଦିବ୍ୟରଞ୍ଜନଙ୍କ ବି ପତ୍ତା ମିଳୁନି। ସେପଟେ ଘଟଣାର ତଦନ୍ତ ନେଇ ଗଠନ ହୋଇଛି ପୋଲିସର ସ୍ୱତନ୍ତ୍ର ଟିମ୍‌ ।

Spread the love