ଜଳିଗଲା ୩ ବଖରା, ବୃଦ୍ଧ ଗୁରୁତର

ବାଣ ତିଆରି କଲା ବେଳେ ହେଲା ବିସ୍ପୋରଣ । ବିସ୍ପୋରଣରେ ବୃଦ୍ଧ ଗୁରୁତର ଭାବେ ଆହାତ ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକ ଗୁରୁତରଙ୍କୁ ନିଆଳି ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ବୃଦ୍ଧ ହେଉଛନ୍ତି ନରିଶୋ ହାଟୁଆ ସାହିର ପୂର୍ଣ୍ଣଚନ୍ଦ୍ର ଦାସ । ବିସ୍ଫୋରଣରେ ୩ଟି ବଖରା ଘର ପୋଡି ପାଉଁଶ ହେବା ସହ ଘରର ପଥର କାନ୍ଥ ମଧ୍ୟ ଭାଙ୍ଗି ଯାଇଛି ।ଗତକାଲି ଅପରାହ୍ନ ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ପ୍ରଚଣ୍ଡ ଶବ୍ଦ କରି ଏକ ବିସ୍ପୋରଣ ହୋଇ ଘରର କାନ୍ଥ ଭୁସୁଡ଼ିବା ସହ ଅଗ୍ନିକାଣ୍ଡ ଘଟିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ପଡ଼ୋଶୀ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ବାଲିପାଟଣା ଏବଂ ନିଆଳି ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଦିର୍ଘଦିନ ଧରି ଏପରି ବେଆଇନ ବାଣ ତିଆରି କରୁଥିବା ପଡ଼ୋଶୀ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ବାଲିପାଟଣା ପୋଲିସ୍ ପହଁଞ୍ଚି ତଦନ୍ତ ଚଳାଇଛି ।

Spread the love