୫ ଦିନିଆ ବିଦେଶ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅକ୍ଟୋବର ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଋଷ ଓ ଜାପାନକୁ ୫ ଦିନିଆ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ,ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ବିଦେଶ ଗସ୍ତରେ ସାମିଲ ଅଛନ୍ତି । ଗତ ସେପ୍ଟେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ଋଷର ଭ୍ଲାଡିଭୋଷ୍ଟୋକ ଇକୋନୋମିକ୍ ଫୋରମ ବୈଠକରେ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀ ପ୍ରଧାନ ଭ୍ଲାଡିଭୋଷ୍ଟୋକରେ ଆସନ୍ତାକାଲି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ହୋଇଥିବା ଆଲୋଚନାକୁ ଆଗେଇ ନେବା ପାଇଁ ପଦକ୍ଷେପ ନେବାର କାର୍ଯ୍ୟକ୍ରମ ରହିଛି । ଋଷର ବିଭିନ୍ନ ବିଭାଗର ମନ୍ତ୍ରୀଗଣ, ବରିଷ୍ଠ ଅଧିକାରୀ ଓ ବ୍ୟବସାୟୀ ଗୋଷ୍ଠୀ, ମନ୍ତ୍ରୀଙ୍କର ସାକ୍ଷାତ୍ଆ ଲୋଚନା ସହ ବିଭିନ୍ନ ସ୍ଥାନକୁ ଯାଇ ବ୍ୟବସାୟିକ ସମ୍ଭାବନା ଉପରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।

ଜେଭେଡାର ଜାହାଜ ପ୍ରସ୍ତୁତି ପ୍ରକଳ୍ପ, ଋଷର ପୂର୍ବାଂଚଳର ତୈଳ ଓ ଗ୍ୟାସ ପ୍ରକଳ୍ପ ବୁଲି ଦେଖିବା ସହ କୁକିଂ କୋଲ୍ ଓ ପରିବହନ ପଥ ସମ୍ପର୍କରେ ଆଲୋଚନା ସହ ବିଭିନ୍ନ ବ୍ୟବସାୟିକ ସମ୍ଭାବନା ସମ୍ପର୍କରେ ମନ୍ତ୍ରୀ ପଦକ୍ଷେପ ନେବାର ସମ୍ଭାବନା ରହିଛି । ଓଏନ୍ଜିସି ବିଦେଶ ଋଷର ଗ୍ୟାସ କ୍ଷେତ୍ରରେ ଋଷର ସାଖ୍ାଲିନ୍-୧ ପ୍ରକଳ୍ପରେ ଏହି ଦେଶରେ ଭାରତରସବୁଠୁ ବଡ ଏକକ ପୁଞ୍ଜିନିବେଶ କରିଛି । ଏହି ପ୍ରକଳ୍ପ ଅଗ୍ରଗତି ଏବଂ ଓଏନ୍ଜିସିର ଭୂମିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିବେ । ଜାପାନର ଅର୍ଥନୀତି, ବ୍ୟବସାୟ ଓ ଶିଳ୍ପ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୨୫ ଓ ୨୬ ଅକ୍ଟୋବର ଦୁଇ ଦିନ ଟୋକିଓରେ ଅବସ୍ଥାନ କରିବେ । ଟୋକିଓରେ ବିଶ୍ୱ ଇସ୍ପାତ୍ ସମ୍ମିଳନୀରେ ଯୋଗଦେବେ । ଭାରତ ଓ ଜାପାନ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଜାପାନର ଶକ୍ତି ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ । ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ପାଇଁ ଭାରତ ସରକାରଙ୍କ ପ୍ରାଥମିକତା ଦୃଷ୍ଟିକୋଣରୁ ଏହି ସାକ୍ଷାତ୍ ଗୁରୁତ୍ୱପୂଣ୍ଣ ହେବ ।

Spread the love