ଜନପଥକୁ “ଜୟୀ ରାଜଗୁରୁ ଜନପଥ” ନାମରେ ନାମିତ କରିବାକୁ ଦାବିକଲେ ପ୍ରଦୀପ୍ତ କୁମାର ନାଏକ

ଭୁବନେଶ୍ୱର  ବାଣୀବିହାର  ଛକରୁ ରାଜମହଲ ଛକ, ଯାହାକୁ ଏବେ ଜନପଥ ବୋଲି କୁହାଯାଉଛି ତାହାକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଇ “ଜୟୀ ରାଜଗୁରୁ ଜନପଥ” କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ଉଠାଇଛନ୍ତି ବିରୋଧୀ ଦଳ ନେତା ।

ଆସନ୍ତା ୨୯ ଅକ୍ଟୋବରରେ ଜୟୀ ରାଜଗୁରୁଙ୍କର ଜୟନ୍ତୀ ପଡୁଛି । ଇଂରେଜମାନେ ଯେଉଁଭଳି ଭାବରେ ଜୟୀ ରାଜଗୁରୁଙ୍କୁ ବରଗଛର ଡାଳରେ ଦୁଇ ଗୋଡକୁ ବାନ୍ଧି ଜିଅନ୍ତା ଫାଡିଦେଲେ ଏପରି ବର୍ବରତାର ହତ୍ୟା ବିଶ୍ୱ ଇତିହାସରେ ବିରଳ ।

ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା, ଓଡିଶାର ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଜୟୀ ରାଜଗୁରୁଙ୍କର ଲଢେଇ ଏକ ସମ୍ପୃର୍ଣ୍ଣ ଜନ ଆନ୍ଦୋଳନ ଥିଲା । ତାଙ୍କ ଭଳି ଜଣେ ମହାନ ଦେଶଭକ୍ତ, ସାହସୀ, ଯୋଦ୍ଧା, ସଂସ୍କୃତ ପଣ୍ଡିତଙ୍କୁ ଆମେ ଠିକ ଭାବେ ସମ୍ମାନ ଦେଉ ନାହୁଁ । ସ୍କୁଲ, କଲେଜର ପାଠ୍ୟ ପୁସ୍ତକରେ ସେ କେବଳ ଗୋଟିଏ ପୃଷ୍ଠାରେ ସିମିତ ହୋଇଯାଇଛନ୍ତି । ଓଡିଶା ବାହାରେ ତାଙ୍କ ବିଷୟରେ ଲୋକମାନେ ବହୁତ ବେଶି ଜାଣିନାହାନ୍ତି । ସମୟ ଆସିଛି ତାଙ୍କୁ ଉଚିତ ସମ୍ମାନ ଦେବାର । ଦେଶ ମାତୃକାରେ ସେବାରେ ସମର୍ପିତ ତାଙ୍କ ଜିବନ ବିଷୟରେ ଗବେଷଣା କରିବାର । ଜୟୀ ରାଜଗୁରୁଙ୍କ ବିରତ୍ୱର କାହାଣି ସାରା ଦୁନିଆକୁ ଜଣାଇବାର ।

ଓଡିଶାର କୌଣସି ବଡ ଶିକ୍ଷାନୁଷ୍ଠାନକୁ ତାଙ୍କ ନାମରେ ନାମିତ କରାଯାଉ । ସ୍କୁଲ, କଲେଜ ବିଶେଷ ଭାବରେ ବିଶ୍ୱବିଦ୍ୟାଳୟ ସ୍ତରରେ ଜୟୀ ରାଜଗୁରୁଙ୍କର ବିଷୟରେ ବ୍ୟାପକ ଭାବରେ ପଢାଯାଉ । ପୁଜ୍ୟ ପୁଜାର ସମ୍ମାନ ସବୁବେଳେ ଭାରତୀୟ ଜନତା ପାର୍ଟି କରିଆସିଛି । ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାୟ, ଉକ୍ତଳମଣି ଗୋପବନ୍ଧୁ ଆଦି ସମସ୍ତେ ଆମର ନମସ୍ୟ ।

Spread the love