ରାଜନିତୀର ଚାଣକ୍ୟ ଅମିତ ଶାହା…

ରାଜନୀତିର ଚାଣକ୍ୟ । ଭବିଶ୍ୟଦ୍ରଷ୍ଟା, ଅଦମ୍ୟ ସାହସ ଓ ପ୍ରଚଣ୍ଡ ପ୍ରତିଭାଧାରୀ ସେ । ଭାରତୀୟ ରାଜନୀତିର ବିରାଟ ପରିବର୍ତ୍ତନ ଆଣିଥିବା ଅନନ୍ୟ ବିନ୍ଧାଣୀ ସେ । ୬୦ ବର୍ଷର କଂଗ୍ରେସ ଶାସନରୁ ଭାରତକୁ ମୁକ୍ତ କରିବାରେ  ସକ୍ରୀୟ ଭୂମିକା ନିର୍ବାହ କରିଥିବା ରାଜନୀର ଚାଣକ୍ୟଙ୍କୁ ତାଙ୍କ ଜନ୍ମଦିନରେ ଅନେକ  ଶୁଭେଚ୍ଛା । ଆଜି ହେଉଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ । ଦଳ ପାଇଁ ରାଜନୀତି ହେଉ କିମ୍ବା ଦେଶ ପାଇଁ  ତାଙ୍କ ନିଷ୍ଟତ୍ତି କେବେ ଭୁଲ ହୋଇନି । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଯେଉଁ ସ୍ୱପ୍ନ ଦେଖିଥିଲେ ଏବଂ କହିଥିଲେ ସାରା ଭାରତ ବର୍ଷରେ ଦିନେ ପଦ୍ମ ଫୁଟିବ, ତାଙ୍କରି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଯାଇ ପ୍ରଧାନମତ୍ରୀଙ୍କ ସହ ସେ  ସାରା ଭାରତରେ ପଦ୍ମ ଫୁଟାଇ ଚାଲିଛନ୍ତି । ଅନୁଚ୍ଛେଦ ୩୭୦ ଓ ୩୫ଏ କୁ ହଟାଇ କାଶ୍ମୀର ବାସୀଙ୍କୁ ଭାରତର ବିକାଶରେ ସାମିଲ କରାଇବା ହେଉଛି ତାଙ୍କ ରାଜନୈତିକ ଜୀବନରେ ଶ୍ରେଷ୍ଠ ଉପହାର ଭାରତ ମାତାକୁ ଦେଇଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବଦାନ ଅତୁଳନୀୟ। କୁହାଯାଏ ଏହାର ପରିକଳ୍ପନା ଗୃହମନ୍ତ୍ରୀ ଅମିତ ଶାହା କରିଥିଲେ ।   ୧୯୬୪  ଅକ୍ଟୋବର ୨୨ରେ ମୁମ୍ବାଇର ଏକ ଗୁଜୁରାଟି ପରିବାରରେ ଜନ୍ମଗ୍ରହଣ କରିଥିବା ଅମିତ ଶାହାଙ୍କର ପିତାଙ୍କ ନାମ ହେଉଛି ଅନିଲ ଚନ୍ଦ୍ର ଶାହା ଏବଂ ମାତାଙ୍କ ନାମ କୁସୁମବେନ ।  ଅମିତ ଶାହାଙ୍କ ୫୫ ତମ ଜନ୍ମଦିନ।  ‘ କର୍ମଠ, ଅଭିଜ୍ଞ, କୁଶଳ ସଂଗଠକ ଏବଂ ମନ୍ତ୍ରିମଣ୍ଡଳରେ ପ୍ରଧାନ ମନ୍ତ୍ରୀଙ୍କ ସେ ହଉଛନ୍ତି ପ୍ରଧାନ ସହଯୋଗୀ ।

ସରକାରରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବା ସହିତ ଭାରତକୁ ସଶକ୍ତ ଓ ସୁରକ୍ଷିତ କରିବାରେ ଶାହାଙ୍କ ଭୂମିକା ଭୁଲିହେବ ନାହିଁ । ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ସର୍ବଦା ସୁସ୍ଥ ରଖନ୍ତୁ, ଏହା ହିଁ କାମନା କରୁଛି ସତ୍ୟଦ୍ରଷ୍ଟା ପରିବାର।

ଗଅମିତ ଶାହା ୧୯୮୦ ରେ ମାତ୍ର ୧୬ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇଥିଲେ ଏବଂ ୧୯୮୬ ମସିହାରେ ତାଙ୍କର ପ୍ରଥମେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ ହୋଇଥିଲା।

Spread the love