ବିଏପିଏସ୍ ସ୍ୱାମୀନାରାୟଣ ବିଦ୍ୟାମନ୍ଦିର ନେତୃତ୍ୱ ତିଆରି କରିବାର କାରଖାନା – ଧର୍ମେନ୍ଦ୍ର ପ୍ରଧାନ

ଅହମ୍ମଦବାଦ: ଦିନିକିଆ ଗୁଜୁରାଟର ଅହମ୍ମଦବାଦ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବରଥ ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି ।

ଏହି ଗସ୍ତ କାଳରେ ଜାତୀୟ ଯୁବ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଏପିଏସ୍ ସ୍ୱାମୀନାରାୟଣ ବିଦ୍ୟାମନ୍ଦିର ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ବିଏପିଏସ ସ୍ୱାମୀ ନାରାୟଣ ପରମ୍ପରାର ଗୁରୁ ପରମ ପୂଜ୍ୟ ପ୍ରମୁଖ ସ୍ୱାମୀ ମହାରାଜ ଜୀଙ୍କ ଜନ୍ମଶତାବ୍ଦୀ ମହୋତ୍ସବରେ ଯୋଗଦେଇଥିଲେ । ସେ କହିଛନ୍ତି କେବଳ ଜନପ୍ରତିନିଧିକୁ ନେତୃତ୍ୱ କୁହାଯିବ ନାହିଁ । ସମାଜକୁ ପ୍ରେରିତ କରୁଥିବା ଉତ୍ତମ ବ୍ୟକ୍ତି ହିଁ ନେତୃତ୍ୱ କୁହାଯିବ । ବିଏପିଏସ୍ ସ୍ୱାମୀନାରାୟଣ ବିଦ୍ୟାମନ୍ଦିର ନେତୃତ୍ୱ ତିଆରି କରିବାର କାରଖାନା । ଭାରତର ସଭ୍ୟତାରେ ମହିଳାଙ୍କୁ ସମାନ ଅଧିକାର ଦିଆଯାଇଛି । ଭାରତର ଡିଏନଏରେ ସମାନତା ଏବଂ ସମାନ ସୁଯୋଗ ରହିଛି ।

ବିଏପିଏସ୍ ସ୍ୱାମୀନାରାୟଣ ବିଦ୍ୟାମନ୍ଦିର ଛାତ୍ରୀଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ଓ ଛାତ୍ରୀଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରିବାରେ ସ୍କୁଲ କାର୍ଯ୍ୟ କରୁଛି । କ୍ରୀଡାରୁ ଆରମ୍ଭ କରି ଦକ୍ଷତା ବିକାଶ ଏବଂ ବିଜ୍ଞାନ ପର୍ଯ୍ୟନ୍ତ ତଥା ସବୁ କ୍ଷେତ୍ରରେ ଥିବା ସାମର୍ଥ୍ୟକୁ ସାମ୍ନାକୁ ଅଣାଯାଉଛି ବୋଲି ସେ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ଥିବା ଆଗ୍ରହକୁ ନେଇ ପ୍ରଶଂସା କରିଥିଲେ ।

Spread the love