ସଇଁନ୍ତଲା ସ୍ଥିତ ବିବେକାନନ୍ଦ ପାଠାଗାରର ୩୨ ତମ ବାର୍ଷିକ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥିତ ହାଟପଦାଠାରେ ବିବେକାନନ୍ଦ ପାଠାଗାରର ୩୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଥିବା ବେଳେ ଟିଟିଲାଗଡ଼ ଡିଏଭି ମହା ବିଦ୍ୟାଳୟର ଅଧ୍ୟାପିକା ବନ୍ଦନା କର ମୁଖ୍ୟଵକ୍ତା ଭାବରେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ ।ସମ୍ପାଦକ ହେମସାଗର ସାହୁ ମଞ୍ଚରେ ମଞ୍ଚlସିନ ଥିଲେ ।ଦିଲୀପ ବଗର୍ତ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସରୋଜ କୁମାର ବୈଠାରୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମେ କାର୍ଯ୍ୟକ୍ରମ ପ୍ରlରମ୍ଭରେ ବିବେକାନନ୍ଦଙ୍କ ଫଟୋ ଚିତ୍ରସଇଁନ୍ତଲା ସ୍ଥିତ ବିବେକାନନ୍ଦ ପାଠାଗାରର ୩୨ ତମ ବାର୍ଷିକ ଉତ୍ସବରେ ପୁଷ୍ପମାଲ ଦିଆଯାଇଥିଲା । ବିଭିନ୍ନ କଳାକାର ମାନଙ୍କ ଦ୍ଵାରା ସ।ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love