ସାନ ଭାଇର ମୃତ୍ୟୁକୁ ସହିନପାରି ଚାଲିଗଲା ବଡ ଭାଇର ଜୀବନ

ଛାତ ଉପରୁ ଗୋଡ ଖସି ଚାଲିଗଲା ସାନ ଭାଇର ଜୀବନ । ଭାଇର ଶବ ମଶାଣିକୁ ଯାଇନି, ତାପଛକୁ ଚାଲିଗଲା ବଡ ଭାଇର ଜୀବନ । ଘର ଅଗଣାରୁ ଏକା ସାଙ୍ଗରେ ଉଠିଲା ଦୁଇ ଭାଇଙ୍କ କୋକେଇ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ବାଡମେର ଜିଲ୍ଲା ହୋଡୁ ଗାଁରେ ।

ସୂଚନା ମୁତାବକ, ୨୬ ବର୍ଷୀୟ ସୁମେର ସିଂହ ଗୁଜୁରାଟର ସୁରଟରେ କାମ କରୁଥିଲେ । ଦିନକ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ସୁମେର ଛାତ ଉପରକୁ ଯାଇଥିବାବେଳେ ଗୋଡ ଖସିଯାଇଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏତିକିରେ ପରିବାରର ଦୁଃଖ ସରିଲାନି ଯେ ତା ଉପରକୁ ଆଉ ଏକ ଦୁଃଖ ମାଡିଆସିଲା । ସାନ ଭାଇର ଖବର ଶୁଣି ସହରରେ ପଢୁଥିବା ବଡଭାଇ ସୋହନ ଘରକୁ ଆସିଥିଲେ । ସୁମେରର ଅନ୍ତିମ ସଂସ୍କାର ପାଇଁ କୋକେଇ ବନ୍ଧା ହେଉଥିଲା, ବଡଭାଇ ସୋହନକୁ ଖୋଜା ପଡିଲା ହେଲେ କେଉଁଆଡେ ନମିଳିବାରୁ ସମ୍ପର୍କୀୟ ଛାତ ଉପରକୁ ଯାଇଥିଲେ । ସେଠାରେ ଥିବା ପାଣି ଟାଙ୍କିରେ ବଡଭାଇ ସୋହନର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ସାରା ଇଲାକାରେ ଚାଞ୍ଚଲ୍ୟ ଖେଳିଯାଇଛି ।

Spread the love