ସ୍ମିତାରାଣୀ ହତ୍ୟା ମାମଲା , ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦ୍ୱାରସ୍ଥ ହେଲେ ସ୍ୱାମୀ

ଯାଜପୁର ଧର୍ମଶାଳ ବ୍ଲକ୍‌ ହରିଦାସପୁରର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟର ରହସ୍ୟ ଉନ୍ମୋଚନ ହୋଇନି। କେମିତି ତାଙ୍କର ମୃତ୍ୟୁ ହେଲା ନାଁ ସେ ସିଏ ଆତ୍ମହତ୍ୟା କରିଛନ୍ତି ପୋଲିସ ଏ ଯାଏଁ ସ୍ପଷ୍ଟ କରିପାରୁ ନାହିଁ । ଏହାରି ମଧ୍ୟରେ ସ୍ମିତାରାଣୀଙ୍କ ସ୍ୱାମୀ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସିଏ ଓଏଚ୍‌ଆର୍‌ସିଙ୍କ ନିକଟରେ କ’ଣ ଗୁହାରୀ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ସ୍ମିତାରାଣୀଙ୍କ ମୃତ୍ୟୁକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସେପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି । ଆଜି ସ୍ମିତାରାଣୀଙ୍କ ସ୍ୱାମୀ ସୁଧୀର ବିଶ୍ୱାଳ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ଦେଇଛନ୍ତି । ତାଙ୍କ ସହିତ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ରହିଛନ୍ତି । ସେ ଓଏଚ୍ଆର୍‌ସିଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ 16 ତାରିଖ ଦିନ ଭତ୍ତା ବାଣ୍ଟି ସାରିବା ପରେ ସ୍ମିତାରାଣୀ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା । ଏହାକୁ ପ୍ରଥମେ ଆତ୍ମହତ୍ୟାର ରୂପ ଦିଆଯାଇଥିଲା । ତେବେ ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ପୋଲିସ ରୂପେଶଙ୍କ ସମେତ 5 ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଏହା ପରେ ରୂପେଶଙ୍କୁ ଗିରଫ କରାଯାଇଥିଲା ।

Spread the love