ସରକାରୀ କ୍ୱାର୍ଟର ନ ଛାଡ଼ିଲେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ : ବାଚସ୍ପତିଙ୍କ

ସରକାରୀ କ୍ୱାର୍ଟର ଦଖଲରେ ରଖିଥିବା ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଘର ଛାଡ଼ିବାକୁ ଦେଇଥିବା କଣ୍ଟ ଆଜି ଶେଷ ହୋଇଛି। ଏ ପ୍ରସଙ୍ଗରେ ପଚରାଯିବାରୁ ସେ କହିଛନ୍ତି କି ଏଣିକି ସରକାରୀ ଘର ଜବରଦଖଲରେ ଥିବା ବିଧାୟକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଆଇନ ତା’ ବାଟରେ ଯିବ ବୋଲି ମତ ଦେଇଛନ୍ତି ବାଚସ୍ପତି।  ଗତ ୧୯ ତାରିଖରେ  ୩ ଦିନ ମଧ୍ୟରେ ଘର ଛାଡ଼ିବାକୁ ପୂର୍ବତନ ବିଧାୟକମାନଙ୍କୁ  ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ । କେବଳ ସେତିକି ନୁହେଁ, ଆବଶ୍ୟକସ୍ଥଳେ ଘରୁ ପାଣି ଓ ବିଜୁଳି ସଂଯୋଗ କାଟିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ ବିଧାୟକ ସରକାରୀ ଘର ମାଡ଼ି ବସିଥିବାରୁ ନୂତନ ବିଧାୟକମାନଙ୍କୁ ଘର ଦିଆଯାଇପାରୁନାହିଁ । ତେଣୁ ପୂର୍ବତନ ବିଧାୟକମାନଙ୍କ ଘରଛାଡ଼ିବା ଆବଶ୍ୟକ ହୋଇ ଉଠିଛି। ଏଥିଲାଗି ବାଚସ୍ପତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୂର୍ବତନ ବିଧାୟକଙ୍କ କ୍ୱାର୍ଟରରୁ ଜଳ ଓ ବିଦ୍ୟୁତ ସଂଯୋଗ କାଟିଦେବାକୁ ପ୍ରାୟ ମାସକ ତଳେ ନିର୍ଦ୍ଦେଶ ଦେଇଥିଲେ।

Spread the love