ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ ଆଜି: ଖେଳିପାରନ୍ତି ଅର୍ଶଦୀପ, ୱାସିଂଟନ୍ ସୁନ୍ଦର

ମହମ୍ମଦ ସାମିଙ୍କୁ ବିଶ୍ରାମ ଦେବା ମଧ୍ୟ ଅପରିହାର୍ଯ୍ୟ ରହିଛି। ତିରୁଅନନ୍ତପୁରମର ଗ୍ରିନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଦିନିକିଆ ଅନ୍ତର୍ଜାତୀୟ ଖେଳାଯାଇଛି। ୨୦୧୯ରେ ‌ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ମାତ୍ର ୧୦୪ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଭାରତ ୯ ୱିକେଟ୍‌ରେ ଜିତିଥିଲା। ଦିନବେଳା ଏଠାରେ ତାପମାତ୍ରା ୩୦ ଡିଗ୍ରି ରହିବ ଏବଂ ବର୍ଷାର କୌଣସି ସମ୍ଭାବନା ନାହିଁ।

ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର୍‌, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌/ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସାମି/ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ପଥୁମ ନିଶଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ), ନୁୱାନିନ୍ଦୁ ଫର୍ଣ୍ଣାଣ୍ଡୋ/ଚରିତ ଅସଲଙ୍କା, ଧନଞ୍ଜୟ ଡି’ସିଲଭା, ଦାସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଦୁନିଥ ୱାଲାଗେ, ଚାମିକା କରୁଣାରତ୍ନେ, କାସୁନ ରଜିଥା, ଲାହିରୁ କୁମାରା।

Spread the love