ଭାରତର ପଡୋଶୀ ଦେଶରେ ବିମାନ ଦୁର୍ଘଟଣା, ୭୨ ଜଣଙ୍କ ମୃତ୍ୟୁ ଆଶଙ୍କା, ଏଥିରେ ଭାରତୀୟ ଥିଲେ ସାମିଲ

ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ଆଶଙ୍କା । ବିମାନଟି କାଠମାଣ୍ଡୁରୁ ପୋଖରା ଆସୁଥିଲା । ଦୁର୍ଘଟଣାର ସଠିକ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ୟତି ଏୟାରଲାଇନ୍ସର ଏହି ବିମାନରେ ୬୮ ଯାତ୍ରୀଙ୍କ ସହିତ ୪ ଜଣ କ୍ରିୟୁ ମେମ୍ବର ଥିଲେ । ବିମାନ ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇ ପାଖେ ଥିବା ନଦୀ ମଧ୍ୟକୁ ଚାଲିଯାଇଥିବା କୁହାଯାଉଛି। ଘଟଣାସ୍ଥଲରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହି ବିମାନରେ ଭାରତୀୟ ମଧ୍ୟ ଥିବା କୁହାଯାଉଛି।

୭୨ ଆସନ ବିଶିଷ୍ଟ ଏଟିଆର-୭୨ ମିନିଟ ବିମାନଟି ପୁରୁଣା ପୋଖରା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ପାର୍ବତ୍ୟ ଅଂଚଳ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇ ନଦୀ ମଧ୍ୟକୁ ଖସି ପଡିଥିଲା। ଏହାପରେ ଏଥିରେ ନିଆଁ ଲାଗିଯାଇଥିଲା । ପାହଡ଼ ସହିତ ବିମାନ ଧକ୍କା ଖାଇଥିଲା । ସୂଚନାଯୋଗ୍ୟ ଯେ, ପୋଖରା ଏୟାରପୋର୍ଟକୁ ବିଶ୍ୱର ବିପଜ୍ଜନକ ଏୟାରପୋର୍ଟ ଭାବେ ଗଣାଯାଇଥାଏ ।

Spread the love