ଆଜିଠୁ ଆରମ୍ଭ ହେଲା ଡଟ୍‌ ଫେଷ୍ଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ଡଟ୍‌ ଫେଷ୍ଟ ଉଦ୍‌ଘାଟିତ । ୯ ଦିନିଆ ଡଟ୍‌ ଫେଷ୍ଟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ମନ୍ଦିରମାଳିନୀ ସହର ଭୁବନେଶ୍ୱର ଆଜି ଚର୍ଚ୍ଚାରେ ରହିଛି । ସଂସ୍କୃତି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ସର୍ବାଗ୍ରେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।’ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆଜିଠୁ ଆରମ୍ଭ ହୋଇଛି ଡଟ୍‌ ଫେଷ୍ଟ । ଜମିବ ବଲିଉଡ୍‌, ଓଲିଉଡ୍‌ ସେଲିବ୍ରିଟିଙ୍କ ନାଚ ଗୀତର ଆସର । ପ୍ରତିଦିନ ଡଟ୍‌ ଫେଷ୍ଟକୁ ଝୁମାଇବ ବଲିଉଡ୍‌ ସେଲିବ୍ରିଟିଙ୍କ ଡ୍ୟାନ୍ସ ଓ ସଙ୍ଗୀତ । ସନ୍ଧ୍ୟାରେ ନାଚ ଗୀତ ସାଙ୍ଗକୁ ଜମିବ ଖାଦ୍ୟପେୟର ଆସର । ୧୬ରୁ ଅଧିକ ଦେଶର ଷ୍ଟ୍ରିଟ୍‌ ଫୁଡ୍‌ର ମଜା ନେଇପାରିବେ ଦର୍ଶକ । ଏକାଥରକେ ୭ହଜାର ୬୦୦ ଦର୍ଶକ ବସି କାର୍ଯ୍ୟକ୍ରମ ଦେଖିପାରିବେ। ଏହାସାଙ୍ଗକୁ ଏକାମ୍ର ହାଟରେ ନାଇଟ୍‌ ବଜାର ମଧ୍ୟ ଆରମ୍ଭ ହେବ। ଅପରାହ୍ନ ୪ଟାରୁ ରାତି ୧୨ଟା ଯାଏ ଚାଲିବ କିଣାବିକା। ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ

Spread the love