ବାଲ୍ୟ ବିବାହ ରୋକିଲା ପ୍ରଶାସନ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଂଚାୟତ ତୁଷ୍ଟାପାଳି ଗାଁରେ ପ୍ରଶାସନ ତରଫରୁ ବାଲ୍ୟ ବିବାହ ରୋକାଯାଇ ଥିବା ଜଣାପଡିଛି l ସିଡିପିଓ ସବିତା ଦାଶ ଙ୍କ ସୂତ୍ରରୁ ପ୍ରକାଶ ଯେ, ତୁଷ୍ଟାପାଳି ଗାଁର ଅଶୋକ ଦେଓ ଙ୍କ 17 ବର୍ଷ ର 9ମାସ ହୋଇଥିବା ନାବାଳିକା ଝିଅର ବିବାହ ଛନଛଡା ଗାଁର ଜୈନିକ ଯୁବକ ଙ୍କ ସହ ଆସନ୍ତା ଫେବୃୟାରି ମାସ 24 ତାରିଖରେ ହେବାକୁ ଯାଉ ଥିଲା l କୌଣସି ସୂତ୍ରରୁ ଖବର ପାଇବା ପରେ ଶ୍ରୀମତୀ ଦାଶ, ଭନ୍ଦ୍ରlସୁପର ଭାଇଜର ପ୍ରଭାତ ନଲିନି ପଣ୍ଡା ଖାସବାହାଲ ଅଙ୍ଗନବାଡି ମଞ୍ଜୁ ରଣା , ସଇଁନ୍ତଲା ଥାନା ଏସଆଇ ସଙ୍ଗୀତା ବେକ, ଲକ୍ଷ୍ମଣ ମହାନ୍ତି ଗାଁକୁ ପହଁଚି ଥିଲେ l ବିବାହ କାର୍ଡ ଦେଖାଇବା ପରେ ଝିଅର ଜନ୍ମ ତାରିଖ ବିଷୟରେ ପଚାରି ବୁଝିବା ପରେ ଝିଅର ବାପା ଙ୍କୁ ଝିଅର ବିବାହ ବୟସ ହୋଇନ ଥିବାରୁ ବିବାହ ଆଇନ ସମ୍ମତ ନୁହେଁ ବୋଲି ବୁଝାଇ ଥିଲେ l ପରେ ଝିଅର ବିବାହ ବୟସ ହେବାପରେ ଝିଅକୁ ବିବାହ କରିବି ବୋଲି ଝିଅର ବାପା ଶ୍ରୀଯୁକ୍ତ ଦେଓ ଲିଖିତ ଦେବା ପରେ ବିବାହ ବନ୍ଦ କରାଯାଇଥିବା ସିଡିପିଓ ଶ୍ରୀମତୀ ଦାଶ ସୂଚନା ଦେଇଛନ୍ତି l

Spread the love