ରାଜଧାନୀ ଛାଡି ଜିଲ୍ଲାକୁ ଯାଅ, ଗସ୍ତ ସମୟର ସମୀକ୍ଷା ରିପୋର୍ଟ ଦିଅ- ମୁଖ୍ୟମନ୍ତ୍ରୀ

ସଚିବାଳୟ, ରାଜଧାନୀ ଛାଡ଼ି  ଜିଲ୍ଲାକୁ ଯାଅ।  ଏବଂ  ଲୋକଙ୍କ ସହ ମିଶ । ନିଜ ନିଜ ବିଭାଗର ଗ୍ରାଉଣ୍ଡରେ ଯାଇ ସମୀକ୍ଷା କର । ଅନାଥଶ୍ରମ, ଭିନ୍ନକ୍ଷମ ଓ ଶିଶୁମାନଙ୍କୁ ଯତ୍ନ ନିଅ । ସ୍କୁଲ ଓ କଲେଜରେ କିପରି ପାଠପଢା ଚାଲିଛି ତାହା ଦେଖ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଅ । ଖାଦ୍ୟର ମାନ ଯାଂଚ କର । ଏପରି ଲମ୍ବା ନିର୍ଦ୍ଦେଶ ମନ୍ତ୍ରୀ ଓ ସଚିବମାନଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ସେତିକି ନୁହେଁ ଜିଲ୍ଲା ଗସ୍ତ ସମୟରେ ମନ୍ତ୍ରୀ କି ସଚିବମାନେ କୌଣସି ବାହାନା ନକରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରରେ ଯାହା ସମୀକ୍ଷା କଲେ ତାହାର ରିର୍ପୋଟ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀମାନେ ଯେତେବେଳେ ମାସିକିଆ ରିର୍ପୋଟ ଦେବେ ଏଥିରେ ଜିଲ୍ଲାଗସ୍ତ ଉଲ୍ଲେଖ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନବୀନ । ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଗସ୍ତ କରୁଥିବା ବେଳେ ମନ୍ତ୍ରୀ ଓ ସଚିବମାନେ ବାହାରେ ମଧ୍ୟାହ୍ନ ଭୋଜନ ନକରି ଅନାଥାଶ୍ରମ, ଭିନ୍ନକ୍ଷମ ଓ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ସ୍କୁଲ ଓ ଆହାର କେନ୍ଦ୍ର ଅଚାନକ ଯାଞ୍ଚ କରିବା ସହିତ ସେଠାରେ ମଧ୍ୟାହ୍ନ ଭୋଜନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  ମନ୍ତ୍ରୀମାନଙ୍କ ମାସିକ ଗସ୍ତ ରିପୋର୍ଟ ଓ ସଚିବଙ୍କ ରିପୋର୍ଟରେ ଏ ସଂକ୍ରାନ୍ତରେ ବିସ୍ତ୍ରୁତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Spread the love