ପଚରାଉଚରା ପରେ ହ୍ୟୁମାନଙ୍କ ପ୍ରତିକ୍ରିୟା, କହିଲେ ବିବାଦର ହେବ ସମାଧାନ

ପତ୍ନୀଙ୍କ ସହ ବିବାଦ ମାମଲାରେ ପ୍ରତିକ୍ରିୟା ରଖିଲେ ହ୍ୟୁମାନ ସାଗର । ପଚରାଉଚରା ପରେ ହ୍ୟୁମାନ ସାଗର ପ୍ରତିକ୍ରିୟା ରଖିଛନ୍ତି । ବିବାଦର ଶୀଘ୍ର ସମାଧାନ ହେବ । ଧର୍ମ ପରିବର୍ତ୍ତନ ଚାପ ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ମୁଁ କଣ ମର୍ଡରର ଯେ ପତ୍ନୀଙ୍କୁ ମାରିବି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଆପଣଙ୍କ ଭଲ ପାଇବା ଅଛି ୧୦ ଲକ୍ଷ ମୋର କଣ ହେବ । ଆଲୋଚନା ପାଇଁ ଆଉ ଦୁଇ ଦିନ ସମୟ ମାଗିଛୁ । ହସି ହସି ସେ କହିଛନ୍ତି ସବୁ କିଛି ମିଛ, ଲଭ ୟୁ ଅଲ୍ । ହ୍ୟୁମାନ ସାଗରଙ୍କ ଓକିଲ ସତ୍ୟନାରାୟଣ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆପୋଷ ବୁଝାମଣା ପାଇଁ ୨ ଦିନ ସମୟ ମାଗିଛୁ । ଉଭୟ ପରିବାର ଏନେଇ ସହମତି ଦେଇଛନ୍ତି । ହ୍ୟୁମାନ ସାଗରଙ୍କ ମାଆ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ମୋ ପୁଅ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ । ହ୍ୟୁମାନର ସବୁ ଅର୍ଥ ବୋହୂ ପାଖରେ ଅଛି । ଘର କିଣିବାକୁ ଟଙ୍କା ମାଗିବାରୁ ଏ ଅଭିଯୋଗ ଆସିଛି । ପରକୀୟା ପ୍ରୀତି ଅଭିଯୋଗ ମିଛ । ଏଗୁଡା ମନଗଢା କାହାଣୀ । ଶାଶୂ ଓ ଛୁଆର ଯତ୍ନ ନନେଇ ବୋହୂ ମଦପିଏ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି ।

Spread the love