ବରଯାତ୍ରୀରେ ନାଚିବାକୁ ମନା କରିବାରୁ… ନାବାଳିକାକୁ ପେଟ୍ରୋଲ ଢାଳି ପୋଡିଦେଲେ ଯୁବକ

ବିହାର ହାଜିପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଗାଁରେ ଏକ ବରଯାତ୍ରୀ ଦଳ ଯାଉଥିଲେ । ସେମାନଙ୍କୁ ସ୍ୱାଗତ କରିବାକୁ କଲୋନୀର ଝିଅମାନେ ନାଚିଥିଲେ । ହେଲେ ସେମାନଙ୍କ ମଧ୍ୟରେ ପଶିଥିଲେ କିଛି ଦୁର୍ବୃତ୍ତ ଯୁବକ । ନାଚିବା ବାହାନାରେ ଝିଅମାନଙ୍କୁ ଅଶାଳୀନ ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ଫଳରେ ନାଚିବାକୁ ବାରଣ କରିବାରୁ ନାବାଳିକା ଉପରେ ପେଟ୍ରୋଲ ଢାଳି ଜାଳିଦେଲେ ।ସୂଚନା ମୁତାବକ, ରାଜାପାକଡ ବହୁଅ।।ରା ଇଲାକାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବରଯାତ୍ରୀ ଦଳରେ ଅଭଦ୍ରାମୀ କରୁଥିବା ଯୁବକଙ୍କୁ ନିଜ ସହ ନାଚିବାକୁ ମନା କରିବାରୁ ଯୁବକମାନେ । ସେଠାରୁ ଚାଲିଯାଇଥିଲେ । କିନ୍ତୁ ବରଯାତ୍ରୀ ଦଳ ଆଗକୁ ଚାଲିଯିବା ପରେ ପ୍ରତିଶୋଧ ନେଇଥିଲେ ଦୁର୍ବୃତ୍ତ । କିଛି ଯୁବକ ଆସି ସେମାନଙ୍କ ମଧ୍ୟରୁ ଜଣେ ଝିଅକୁ ଧରି ପେଟ୍ରୋଲ ଢାଳି ଜିଅନ୍ତା ପୋଡିଦେଇଥିଲେ । ପଡୋଶୀ ଆସି ନାବାଳିକାକୁ ଉଦ୍ଧାର କରିଥିଲେ । ଷଷ୍ଠ ଶ୍ରେଣୀରେ ପଢୁଥିବା ପୀଡିତାଙ୍କୁ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯିବା ସହ ପୁଲିସ ପହଞ୍ଚି ବୟାନ ରେକର୍ଡ କରିଛି । ଫେରାର ଦୁର୍ବୃତ୍ତଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଛି ।

Spread the love