ମିସ ଓଡିଶାର ପ୍ରଥମ ସ୍ଥାନରେ ବଲାଙ୍ଗିରର ଝିଅ

ସଇଁନ୍ତଲା, ବିୟୁଟି ଏକ୍ସପୋ ସବ ଜୁନିଅର ମିସ ଓଡିଶା ଝାରସୁଗୁଡ଼ା ଜିଲ୍ଲା ଓଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଥିବା ବେଳେ କମାଲ ଦେଖାଇଛନ୍ତି ବଲାଙ୍ଗିର ଜିଲ୍ଲା ର ଝିଅ l ଗାନ୍ଧୀ ନଗରପଡାର ନିରଂଜନ ଶର୍ମା ଓ ସୀମା ଶର୍ମା ଙ୍କ ଝିଅ ଐଶର୍ଯ୍ୟ ଶର୍ମା (14) ବିୟୁଟି ଏକ୍ସପୋ ସବ ଜୁନିଅର ମିସ ଓଡିଶାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ସମସ୍ତ ଙ୍କୁ ପଛରେ ପକାଇ ବିଜୟୀ ମୁକୁଟ ପିନ୍ଧି ଥିବା ବେଳେ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜନ ଆଣିଛନ୍ତି l ବଲାଙ୍ଗୀର ଜିଲ୍ଲା ଲିଟିଲ ଫ୍ଲୋଉଆର ସ୍କୁଲ ରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି l ତେବେ ଜିଲ୍ଲା ପାଇଁ ଐଶର୍ଯ୍ୟ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଶୁଭେଚ୍ଛା ର ସୁଅ ଛୁଟୁଛି l

Spread the love