ସଟଫୁଟରେ ଜିଲ୍ଲା ସ୍ତରରେ ପ୍ରଥମ ହେଲେ ଘୁନସର କଲେଜ ଛାତ୍ରୀ କ୍ଷିତୀସୁଧା

ସଇଁନ୍ତଲା,ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ତଥା ମହୁଲପଡା ନିବାସିନୀ କ୍ଷିତିସୁଧା ଭୋଇ ସଟଫୁଟ ଫିଙ୍ଗା ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ପ୍ରଥମ ହୋଇଛନ୍ତି | ଓଡିଶାରେ ହକି ପୁରୁଷ ବିଶ୍ୱକପ ପ୍ରତିଯୋଗିତା ହେଉଥିବା ପରିପ୍ରେକ୍ଷୀରେ ବଲାଙ୍ଗୀରର ଗାନ୍ଧୀ ଷ୍ଟାଡିଅମଠାରେ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ହୋଇଥିବା କ୍ରୀଡା ପ୍ରତିଯୋଗିତାର ସଟଫୁଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କ୍ଷିତିସୁଧା ଏହି କୃତିତ୍ୱ ହାସଲ କରିଛନ୍ତି | କ୍ଷିତିସୁଧାଙ୍କ କୃତିତ୍ୱରେ ସଇନ୍ତଳା ବ୍ଲକ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇବା ସହ କ୍ଷିତିସୁଧାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି | କଲେଜ ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସମେତ ଅଧ୍ୟାପକବୃନ୍ଦ, ପରିଚାଳନା ସମିତି ଓ ଛାତ୍ରଛାତ୍ରୀ ଖୁସି ଜାହିର କରିବା ସହ କ୍ରୀଡା କ୍ଷେତ୍ରରେ କ୍ଷିତିସୁଧାଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଛନ୍ତି | ସରକାର ଓ ପ୍ରଶାସନ ଉପଯୁକ୍ତ ଦୃଷ୍ଟି ସହ ପ୍ରୋତ୍ସାହନ ପ୍ରଦାନ କଲେ ଅଞ୍ଚଳର ବହୁ ଲୁକ୍କାୟିତ ପ୍ରତିଭାଙ୍କ କ୍ରୀଡା କ୍ଷେତ୍ରରେ ବିକାଶ ଘଟିପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି।

Spread the love