ଜାନୁଆରୀ ୩୧ରେ ଲ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ

ଜାନୁଆରୀ ୩୧ରେ ଲ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ। କ୍ୟାପିଟାଲ ଲ କଲେଜରେ ଇଣ୍ଟିଗ୍ରେଟେଡ ଲ’ ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ ଅର୍ଚ୍ଚନା । ଜାନୁଆରୀ ୩୧ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ EXAM। ମୋଟ ୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିରେ ଅର୍ଚ୍ଚନା ନାଗଙ୍କ ନାଁ ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପରୀକ୍ଷା ଦେବେ। ତେବେ ଜେଲ୍‌ ଭିତରେ କିମ୍ବା କଲେଜ କ୍ୟାମ୍ପସରେ ପରୀକ୍ଷା ଦେବେ ସେନେଇ ସ୍ପଷ୍ଟ ହୋଇନି। କୋର୍ଟଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା କେନ୍ଦ୍ର ସ୍ଥିର ହେବ। ଅର୍ଚ୍ଚନା ନାଗ କ୍ୟାପିଟାଲ ଲ’ କଲେଜରେ ୫ ବର୍ଷୀୟା ଆଇନ ପାଠ୍ୟକ୍ରମ ପଢୁଛନ୍ତି । ସେ ଇଣ୍ଟିଗ୍ରେଟେଡ ଲ’ ଚତୁର୍ଥ ବର୍ଷର ଛାତ୍ରୀ। ଏବେ ଅର୍ଚ୍ଚନା ନାଗ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ।

Spread the love