ବିବିସି ଡକ୍ୟୁମେଂଟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପପ୍ରଚାର ଘଟଣା । ଡକ୍ୟୁମେଂଟାରୀକୁ ସେୟାର କରି କରାଯାଇଥିବା ଟୁଇଟକୁ ବି କଲେ ବ୍ଲକ୍

ବିବିସି ଡକ୍ୟୁମେଂଟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପପ୍ରଚାର କରାଯିବା ଘଟଣା ବିବାଦୀୟ ହେବାରେ ଲାଗିଛି । ଏହାକୁ ନେଇ ଅନ୍ତର୍ଜାତୀୟ ଖବର ସଂସ୍ଥାକୁ ନିନ୍ଦା କରିଛନ୍ତି ଭାରତ ସରକାର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛବି ଖରାପ କରିବା ପାଇଁ ଏହା ଏକ ପ୍ରୋପାଗଣ୍ଡା ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ । ସେପଟେ ବିବିସି ଡକ୍ୟୁମେଂଟାରୀକୁ ୟୁଟୁବ୍ରୁ ବ୍ଲକ୍ କରାଯିବା ସହ ଏହି ଭିଡିଓକୁ ସେୟାର କରାଯାଇଥିବା ବିଭିନ୍ନ ଭିଡିଓକୁ କେନ୍ଦ୍ର ସରକାର ବ୍ଲକ୍ କରିଛନ୍ତି । ଏହାସହ ୟୁଟୁବ୍ ଲିଙ୍କକୁ ସେୟାର କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟ ଗୁଡିକୁ ବି ବ୍ଲକ୍ କରିଛି ସୂଚନା ଓ ପ୍ରଯୁକ୍ତି ବିଭାଗ ।

ଏହାକୁ ନେଇ ତୃଣମୂଳ କଂଗ୍ରେସ ମୁଖପାତ୍ର ଡେରେକ୍ ଓବ୍ରେନ୍ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଯଦି ବିବିସି ଡକ୍ୟୁମେଂଟାରୀ ଏକ ପ୍ରୋପାଗଣ୍ଡା ଭିଡିଓ ଭାରତ ସରକାର କାହିଁକି ଏହାକୁ ବ୍ଲକ୍ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ତୃଣମୂଳ କଂଗ୍ରେସ ମୁଖପାତ୍ର । ୨୦୦୨ ଗୁଜରାଟ ଦଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକାକୁ ବିବିସି ଡକ୍ୟୁମେଂଟାରୀରେ ଦର୍ଶା ଯାଇଥିଲା । ୧୭ ଜାନୁଆରୀରେ ଦ ମୋଦୀ କ୍ୱେଶ୍ଚିନ୍ ନାମରେ ପ୍ରଥମ ଏପିସୋଡ୍ ୟୁଟୁବ୍ରେ ଅପଲୋଡ୍ ହୋଇଥିଲା । ମାତ୍ର ଏବେ ଏହି ଭିଡିଓ ଭାରତରେ ଅଚଳ ହୋଇଯାଇଛି ।

Spread the love