ଶ୍ରେୟା ଆଣିଲେ ବଡ ଅଭିଯୋଗ : ଜୀବନରୁ ମାରିଦେବାକୁ କରିଥିଲେ ହ୍ୟୁମାନ ଉଦ୍ୟମ

ଓଲିଉଡ୍ ଗାୟକ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ କମିବା ବଦଳରେ ଅଧିକ ଜେତିବାରେ ଲାଗିଛି । ମାମଲା ଥାନାରେ ପହଞ୍ଚିବା ପରେ ହ୍ୟୁମାନ ତାଙ୍କ ତରଫରୁ ସମସ୍ୟାର ସମାଧାନ କଥା ମଧ୍ୟ କହିଥିଲେ । କିନ୍ତୁ ଏବେ ତାଙ୍କ ପତ୍ନୀ ଶ୍ରେୟା ଯେଉଁସବୁ ଅଭିଯୋଗ ଆଣିଛନ୍ତି, ତାହା ସମ୍ପର୍କରେ ସୁଧାର ଆଣିବା ପରିବର୍ତେ ଅଧିକ ଜଟିଳ କରିଦେଇଛି । ସାମ୍ବାଦିକ ସମ୍ମିଳନୀ କରି ଶ୍ରେୟା ହ୍ୟୁମାନଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଥା ପୁଣି ଦୋହରାଇବା ସହ ପ୍ରଚୁର ମଦ୍ୟପାନ କରୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । ମଦ ପିଇବାକୁ ବାରଣ କରିବାରୁ ମାଡ଼ ମରାଯାଉଥିବା କଥା କହିଛନ୍ତି ।

ଏସବୁ ଭିତରେ ଶ୍ରେୟା ପରକୀୟା ପ୍ରୀତି କଥା ମଧ୍ୟ ଉଠାଇଛନ୍ତି । ହ୍ୟୁମାନଙ୍କ ଜୀବନରେ ସେହି ତୃତୀୟ ବ୍ୟକ୍ତି ଜଣକ କିଏ ଅଛନ୍ତି, ସେକଥାର ଖୁଲାସା କରିନାହାନ୍ତି ଶ୍ରେୟା । ଶ୍ରେୟା ଜାନୁଆରୀ ୩୦ ତାରିଖ ଯାଏଁ ସମୟ ଦେଇଛନ୍ତି । ୩୦ ତାରିଖ ପରେ ଶ୍ରେୟା ସେହି ତୃତୀୟ ବ୍ୟକ୍ତିଙ୍କ ବିଷୟରେ ଖୁଲାସା କରିପାରନ୍ତି ବୋଲି ଜଣାପଡ଼ୁଛି ।

Spread the love