ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲିଖିତ ‘ଏଗଜାମ ୱାରିୟର୍ସ’ର ଓଡ଼ିଆ ସଂସ୍କରଣ ପ୍ରେରଣାଦାୟକ ପୁସ୍ତକ: ଧର୍ମେନ୍ଦ୍ର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲିଖିତ ପୁସ୍ତକ ‘ଏଗଜାମ ୱାରିୟର୍ସ’ର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ଯ ଏକ ପ୍ରେରଣାଦାୟକ ପୁସ୍ତକ ହେବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।ପରୀକ୍ଷା ଚାପକୁ କମ୍ କରିବାରେ ‘ଏଗଜାମ ୱାରିୟର୍ସ’ ପୁସ୍ତକ ଫଳପ୍ରଦ ହେବ । ‘ଏଗଜାମ ୱାରିୟର୍ସ’କୁ ପଢି ଛାତ୍ରଛାତ୍ରୀମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ ବୋଲି ମୋର ଦୃଢ ବିଶ୍ବାସ । ସୂଚନାଯୋଗ୍ୟ, ‘ଏଗଜାମ ୱାରିୟର୍ସ’ ୧୩ଟି ଭାଷାରେ ପ୍ରକାଶିତ ହୋଇଛି। ସେଗୁଡ଼ିକ ହେଲା ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁ, ମଲାୟାଲମ, କନ୍ନଡ, ଓଡ଼ିଆ, ଆସାମୀ, ଗୁଜରାଟି, ମରାଠୀ, ପଂଜାବୀ, ଉର୍ଦ୍ଦୁ ଓ ବେଙ୍ଗଲୀ।

Spread the love