୧୦୬ଜଣ ପାଇବେ ପଦ୍ମ ପୁରସ୍କାର: ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଘୋଷଣା ହେଲା ପଦ୍ମ ପୁରସ୍କାର । ଚଳିତ ବର୍ଷ ଜଣଙ୍କୁ ପଦ୍ମ ବିଭୁଷଣ, ପଦ୍ମ-ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପାଇଁ ୧୦୬ ଜଣଙ୍କୁ ମନୋନୀତ କରାଯାଇଛି । ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ମୂଲାୟମ ସିଂ ଯାଦବ, ଡାକ୍ତର ଦିଲ୍ଳୀପ ମାହାଲାନବୀସ, ବାଲାକ୍ରିଷ୍ଣ ଯୋଶୀ ମରୋଣୋତର ଭାବେ ପାଇବେ ପଦ୍ମ-ବିଭୂଷଣ ପୁରସ୍କାର ପାଇବେ । ଜାକିର ହୁସେନ, ଏସଏମ କ୍ରିଷ୍ଣା, ଶ୍ରୀନିବାସ ବର୍ଦ୍ଧନଙ୍କୁ ମିଳିବ ପଦ୍ମବିଭୁଷଣ । ସେହିପରି କୁମାର ମଂଗଳମ ବିର୍ଲା, ସୁଧା ମୂର୍ତି,ବାଣି ଜୟରାମଙ୍କ ସମେତ ୯ଜଣଙ୍କୁ ମିଳିବ ପଦ୍ମ-ଭୂଷଣ ପୁରସ୍କାର ।

କଳା, ସାହିତ୍ୟ, ସମାଜସେବା, ସଂଗୀତ, କ୍ରୀଡା, କୃଷି, ଶିକ୍ଷା, ଚିକିତ୍ସା ଓ ଅଧାତ୍ମିକ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ୯୧ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ । ସେମାନଙ୍କ ମଧ୍ୟରେ ରହିଛନ୍ତି ୪ଜଣ ଓଡିଆ । ଓଡିଶାର ଅନ୍ତଯ୍ୟାମି ମିଶ୍ର, ମାଗୁଣି ଚରଣ କୁଅଁର, କ୍ରିଷ୍ଣା ପଟେଲ ଓ ପଟ୍ଟାୟତ ସାହୁ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି ।

Spread the love