କିଟ୍‌ ଓ କିସ୍‌ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

କିଟ୍‌ ଓ କିସ୍‌ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । କିଟ୍‌ ଓ କିସ୍‌ ସଭାପତି ଶାଶ୍ୱତୀ ବଳ ପତ୍ତାକା ଉତ୍ତୋଳନ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । କହିଥିଲେ, ଦେଶକୁ ସମ୍ବିଧାନ ଦେଇଥିବା ଭାରତ ରତ୍ନ ଭୀମାରାଓ ଆମ୍ବେଦକରଙ୍କ ନିକଟରେ ଆମେ ଋଣୀ । କିଟ୍‌ ଓ କିସରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ପ୍ରେମ ଓ ଅବଦାନରୁ ଉଭୟ KIIT ଏବଂ KISS ବୃଦ୍ଧି ପାଇ ଏକ ସ୍ଥାୟୀ ଅନୁଷ୍ଠାନର ପରିଣତ ହୋଇପାରିଛି ।

ଚଳିତ ବର୍ଷ କିଟ୍‌ ରୌପ୍ୟ ଜୟନ୍ତୀ ବର୍ଷ ପାଳନ କରୁଛି । ଗତ ୨୫ ବର୍ଷ ମଧ୍ୟରେ କିଟ୍‌ ସଫଳତାର ଶୀର୍ଷକୁ ଛୁଇଁପାରିଛି । କିସ୍‌ ୟୁନେସ୍କୋ ସାକ୍ଷରତା ପୁରସ୍କାର ପାଇଥିବାବେଳେ କିଟ୍‌ ରାଷ୍ଟ୍ରିୟ ଖେଳ ପ୍ରୋତ୍ସାହନ ପୁରସ୍କର ପାଇବାର ଗୌରବ ଅର୍ଜନ କରିଛି । କିଟ୍‌ ଓ କିସ୍‌ କର୍ମଚାରୀଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ କିଟ୍‌ ଓ କିସର ବିଭିନ୍ନ ସ୍କୁଲ ପକ୍ଷରୁ ପ୍ରଜ୍ଞାପନ ମେଢ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା 

ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ ସମ୍ପାଦକ ଆର ଏନ ଦାଶ, କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ପ୍ରଫେସର ଏନ ଏଲ ମିତ୍ର, ଉପକୁଳାଧିପତି ଡା ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ୍ ସିଂହ, ଡାକ୍ତର ସିବିକେ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପି କେ ରାଉତରାୟ, ଅଲିମ୍ପିଆନ ତଥା କିଟ୍‌ ଛାତ୍ରୀ ଦୂତି ଚାନ୍ଦ, ଶେ୍ଵତପର୍ଣ୍ଣା ପଣ୍ଡା, ଶ୍ରେୟଙ୍କା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love