ନୀତୀଶ ବନାମ ଉପେନ୍ଦ୍ର କୁଶୱା, ତେଜିଲା ବିବାଦ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଜେଡିୟୁ ସଂସଦୀୟ ବୋର୍ଡର ମୁଖ୍ୟ ଉପେନ୍ଦ୍ର କୁଶୱାଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଉପେନ୍ଦ୍ର କୁଶୱା ଖୁବଶୀଘ୍ର କୁଶୱା ଜେଡିୟୁ ଛାଡ଼ି ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ନୀତୀଶ କୁମାର । କହିଛନ୍ତି, ଯଦି କୁଶୱା ଦଳରେ ରହିବେ, ତାହେଲେ ବହୁତ ଭଲ । ଯଦିଦଳରେ ନରହିବେ ଏବଂ ଆଉ କୁଆଡ଼େ ଯିବେ, ତାହେଲେ ତାଙ୍କ ଇଛାରେ ସେ ଯାଇପାରିବେ ବୋଲି ନୀତୀଶ କହିଛନ୍ତି ।

ସେହିପରି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଯିଏବି ଦଳ ବିରୋଧୀ ମନ୍ତବ୍ୟ ଦେବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏସବୁ ପଛରେ କାହାର ହାତ ରହିଛି, ତାହା ଭଲ ଭାବେ ଜାଣିଛୁ ବୋଲି ତେଜସ୍ୱୀ କହିଛନ୍ତି । ନିକଟରେ କୁଶୱା ନୀତୀଶଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ଦଳରେ ଦୁର୍ବଳ କରିବା ପାଇଁ ପ୍ରୟାସ କରାଯାଉଛି । ତେବେ ନୀତୀଶ ଓ କୁଶୱାଙ୍କ ଉପରେ ଏହି ବିବାଦ କେଉଁ ଆଡ଼କୁ ଗତି କରୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

Spread the love