ଝିଙ୍କିଡୁଙ୍ଗୁରିରେ ବନବିଭାଗ ଦ୍ୱାରା କାଠଗଣ୍ଡି ଜବତ

ସଇଁନ୍ତଲା,: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନାଞ୍ଚଳ କର୍ମଚାରୀମାନେ ଛନଛଡା ସେକ୍ସନ ଅନ୍ତର୍ଗତ ଝିଙ୍କିଡୁଙ୍ଗୁରିଗାଁ ନିକଟରେ ବିଜା କାଠଗଣ୍ଡି ଜବତ କରିଥିବା ଜଣାପଡିଛି | ଜବତ କାଠ ଗଣ୍ଡିଗୁଡିକୁ ସଇଁନ୍ତଲା ବନାଞ୍ଚଳ କାର୍ଯ୍ୟାଳୟ ପରିସରକୁ ନିଆଯାଇଥିଲା |ସଇଁନ୍ତଲା ରେଞ୍ଜର ସଂଘମିତ୍ରା ଭୋଇଙ୍କ ତତ୍ତ୍ୱାବଧାନରେ ତଥା ଫରେଷ୍ଟର କାମେଶ୍ୱର ତାଣ୍ଡିଙ୍କ ନେତୃତ୍ୱରେ ସଇଁନ୍ତଲା ବନାଞ୍ଚଳର ପାରା ଗାର୍ଡ କର୍ମଚାରୀ ମାନେ ସାମିଲ ହୋଇ ବେଆଇନ କାଠ ଗଣ୍ଡି କୁ ଜବତ କରି ବନ ବିଭାଗ ତଦନ୍ତ ଜାରି ରଖି ଥିବା ଜଣାପଡିଛି l

Spread the love