୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ୍

ନବୀନ ପୁଣି ନଂ ୧। ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପୁଣି ଏକ ନଂ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ- ସି ଭୋଟର ମୁଡ୍‌ ଅଫ୍‌ ଦି ନେସନ ପୋଲରେ ପୁଣି ଶୀର୍ଷ ସ୍ଥାନରେ ନବୀନ। ନିକଟରେ ହୋଇଥିବା ପୋଲରେ ୭୩.୨ ପ୍ରତିଶତ ସହ ସବୁଠାରୁ ଆଗରେ ରହିଛନ୍ତି। ତାଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜି୍ରୱାଲ ରହିଛନ୍ତି। କେଜ୍ରିୱାଲଙ୍କୁ ମିଳିଛି ୬୯.୨ ପ୍ରତିଶତ।

ଗତ ଜାନୁଆରୀରେ ୭୧.୧ ପ୍ରତିଶତ । ଗତବର୍ଷ ତୁଳନାରେ ୨ ପ୍ରତିଶତ ଅଧିକ ରହିଛି । ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ ରେଟିଂ ଥିଲା ୭୮ ପ୍ରତିଶତ । ଜାନୁଆରୀରୁ ଏପର୍ଯ୍ୟନ୍ତ ହୋଇଥିବା ତିନିଟି ମୁଡ ଅଫ୍‌ ନେସନରେ ନବୀନ ଏକ ନମ୍ବର ରହିଆସିଛନ୍ତି । ଦେଶ ଭିତରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମରେ ଅଛନ୍ତି ଯୋଗୀ ଆଦିତ୍ୟନାଥ, ଦ୍ୱିତୀୟରେ ଅଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ, ତୃତୀୟରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ଚତୁର୍ଥରେ ଅଛନ୍ତି ଏମ କେ ଷ୍ଟାଲିନ୍‌ ଓ ପଞ୍ଚମ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Spread the love