ମହାରାଷ୍ଟ୍ରରେ ବିଜେପି-ଶିବସେନା ରାଜ

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ସରକାର ଗଠନ କରିବାକୁ  ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ତେବେ ହରିଆଣା ସ୍ଥିତି ଏଯାଏ ସ୍ପଷ୍ଟ ହୋଇପାରିନାହିଁ।

ପୂର୍ବରୁ ବିଭିନ୍ନ ଏକଜିଟ୍‌ ପୋଲ ଯେଉଁ ଆକଳନ କରିଥିଲେ, ମହାରାଷ୍ଟ୍ରରେ ସେଇଆ ଘଟିବାକୁ ଯାଉଛି। ଅର୍ଥାତ ବିଜେପି ମହାରାଷ୍ଟ୍ରରେ ବଡ଼ ଭାଇ ଓ ଶିବସେନା ତା’ର ସାନ ଭାଇ ହୋଇ କାର୍ଯ୍ୟକରିବ। ସେହିପରି କଂଗ୍ରେସ ଓ ଏନସିପି ମେଣ୍ଟର ସବୁ ଗୋଟି ଚାଳନା ପୁଣିଥରେ ମହାରାଷ୍ଟ୍ରରେ ଫେଲ ମାରିବ।

ବିଜେପି ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାର ୧୦୨ଟି ସିଟ୍‌ରେ ଆଗୁଆ ରହିଛି। ସେହିପରି ଶିବସେନା ୬୧ଟି ଆସନରେ ଆଗୁଆ ରହିଛି। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହେଉଛି ୧୪୫।

କଂଗ୍ରେସ ପୁଣିଥରେ ଏଠାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏଠାରେ ଦଳର ମାତ୍ର ୪୦ଟି ଆସନରେ ଆଗୁଆ ରହିଥିବା ବେଳେ ଏହାର ସହଯୋଗୀ ଏନ୍‌ସିପି ୫୨ଟି ଆସନରେ ଲିଡ୍‌ କରୁଛି। ଅନ୍ୟାନ୍ୟ ଦଳ ୨୮ଟି ଆସନରେ ନିଜର ଦବଦବା ଦେଖାଇଛନ୍ତି।

Spread the love