ଜାମୁକୋଳି ଗଛରେ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଜାମୁକୋଳି ଗଛରେ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ଖଇରା ଥାନା କଇଁଥ ଗଡିଆ ଗ୍ରାମର ବରେନ୍ଦ୍ର ପାତ୍ରଙ୍କର ପୁଅ ଗତକାଲି ବିଲମ୍ୱିତ ରାତିରେ ଘର ଠାରୁ କିଛି ଦୂରରେ ରାସ୍ତା କଡ଼ରେ ଥିବା ଜାମକୋଳି ଗଛରେ ବେକରେ ରଶି ଲାଗି ଝୁଲି ପଡିଥିଲେ।

ଝୁଲନ୍ତା ଅବସ୍ଥାରେ ମୃତ ଦେହ ଥିବା ନେଇ ଅଞ୍ଚଳବାସୀ ଦେଖିବା ପରେ ଖଇରା ଥାନାକୁ ଖବର ଦେଇଥିଲେ । ମୃତ୍ୟୁ କାରଣ ଅସ୍ପଟ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love