ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ନରସିଂହ

ବଲାଙ୍ଗୀର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶ୍ରୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ମନ୍ତ୍ରୀଙ୍କ ଉପରକୁ ଗୁଳିଚାଳନା ହୋଇଛି। ତାହା ପୁଣି ପୁଲିସ ଦ୍ୱାରା। ପୁଲିସ ପୋଷାକ ପିନ୍ଧି, ପୁଲିସ ଅସ୍ତ୍ର ବ୍ୟବହାର କରି। ଏଭଳି ବର୍ବରୋଚିତ କାଣ୍ଡକୁ ମୁଁ ଘୃଣା କରିବା ସହ ନିନ୍ଦା କରୁଛି। କିନ୍ତୁ ଏଥିରୁ ପ୍ରମାଣିତ ହେଉଛି, ଯୋଉଟା ମୁଁ ଅନେକବାର କହିଛି। ଓଡ଼ିଶାରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ଆଇନର ଶାସନ ନାହିଁ। ବହୁବାର ମୁଁ କହିଛି ରାଜ୍ୟରେ ଜଣେ ଡି.ଜି. ଓ ପୁଲିସ ଅଛନ୍ତି, ତାହା ଓଡ଼ିଶାବାସୀ ଅନୁଭବ କରୁନାହାନ୍ତି। ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ମୁଁ ତ କହିବି ଯୋଉ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି, ସେ ରାଜ୍ୟବାସୀଙ୍କୁ ସୁରକ୍ଷା କେମିତି ଦେବେ? ଅତଏବ ଯଦି ନୈତିକତା ବୋଲି କିଛି ଅଛି, ତା’ହେଲେ ମୁଖ୍ୟମନ୍ତ୍ରୀ ନିଜେ ବିଚାର କରନ୍ତୁ, ସେ କ’ଣ କରିବେ?

Spread the love