ବର୍ଷର ପ୍ରଥମ ‘ମନ୍ କୀ ବାତ୍‌’: ‘ପଦ୍ମ ପୁରସ୍କୃତଙ୍କ ମଧ୍ୟରେ ଆଦିବାସୀଙ୍କୁ ଦେଖି ଭାରତ ଗର୍ବିତ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଚଳିତ ବର୍ଷର ପ୍ରଥମ ‘ମନ୍ କୀ ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମର ୯୭ତମ ସଂସ୍କରଣ। ୨୦୨୩ ବର୍ଷକୁ ‘ଲୋକଙ୍କ ପଦ୍ମ’ର ବର୍ଷ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଏ ବର୍ଷ ବହୁ ସଂଖ୍ୟାରେ ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଆଦିବାସୀ ସମ୍ପ୍ରଦାୟରୁ ଏବଂ ଆଦିବାସୀ ସମାଜ ସହ ଜଡିତ ଲୋକଙ୍କଠାରୁ ଆସିଛନ୍ତି। ଆଦିବାସୀ ଜୀବନ ସହରୀ ଜୀବନଠାରୁ ଭିନ୍ନ, ଏହାର ମଧ୍ୟ ନିଜସ୍ୱ ଆହ୍ବାନ ରହିଛି। ଏସବୁ ସତ୍ତ୍ବେ ଆଦିବାସୀ ସମାଜ ସେମାନଙ୍କ ପରମ୍ପରାକୁ ବଞ୍ଚାଇବାକୁ ସର୍ବଦା ଆଗ୍ରହୀ। ଟୋଟୋ, ହୋ, କୁଇ, କୁବି ଏବଂ ମାଣ୍ଡା ପରି ଆଦିବାସୀ ଭାଷାରେ କାମ କରିଥିବା ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ମିଳିଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସିଦ୍ଦି, ଜରୱା ଏବଂ ଓଙ୍ଗେ ଜନଜାତିଙ୍କ ସହ କାମ କରୁଥିବା ଲୋକଙ୍କୁ ମଧ୍ୟ ଏବର୍ଷ ପୁରସ୍କୃତ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଭ୍ରାନ୍ତ ଯୁବକମାନଙ୍କୁ ସଠିକ୍ ରାସ୍ତା ଦେଖାଉଛନ୍ତି ସେମାନଙ୍କୁ ବି ଏଥର ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀ ‘ମିଲେଟ’ର ମହତ୍ତ୍ବ ବିଷୟରେ କହିବା ସହ ୨୦୨୩କୁ ମିଲେଟ ପାଇଁ ଅନ୍ତର୍ଜାତୀୟ ବର୍ଷ ଭାବେ ପାଳନ କରାଯାଉଛି ବୋଲି କହିଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ ଏବଂ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭଳି ଅଭିଯାନରେ ଜନସାଧାରଣଙ୍କ ଅଂଶଗ୍ରହଣ ହେତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଚାଲିଛି ବୋଲି ସେ କହିଥିଲେ। ଇ-ଆବର୍ଜନା ସମସ୍ୟା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ ଇ-ଆବର୍ଜନାର ସଠିକ୍ ପରିଚାଳନା ଏକ ବୃତ୍ତାକାର ଅର୍ଥନୀତି ଗଠନ କରିପାରିବ ବୋଲି କହିଥିଲେ। ଆଜିର ଅତ୍ୟାଧୁନିକ ଉପକରଣଗୁଡ଼ିକ ମଧ୍ୟ ଭବିଷ୍ୟତର ଇ-ବର୍ଜ୍ୟ। ପ୍ରତିବର୍ଷ ୫୦ ନିୟୁତ ଟନ୍ ଇ-ଆବର୍ଜନା ଫିଙ୍ଗାଯାଉଛି ବୋଲି ଜାତିସଂଘ ରିପୋର୍ଟରେ ସୂଚନା ଦିଆଯାଇଛି ବୋଲି ମୋଦୀ କହିଥିଲେ।

ରବିବାର ଚଳିତ ବର୍ଷର ପ୍ରଥମ ‘ମନ୍ କୀ ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମର ୯୭ତମ ସଂସ୍କରଣ। ୨୦୨୩ ବର୍ଷକୁ ‘ଲୋକଙ୍କ ପଦ୍ମ’ର ବର୍ଷ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଏ ବର୍ଷ ବହୁ ସଂଖ୍ୟାରେ ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଆଦିବାସୀ ସମ୍ପ୍ରଦାୟରୁ ଏବଂ ଆଦିବାସୀ ସମାଜ ସହ ଜଡିତ ଲୋକଙ୍କଠାରୁ ଆସିଛନ୍ତି। ଆଦିବାସୀ ଜୀବନ ସହରୀ ଜୀବନଠାରୁ ଭିନ୍ନ, ଏହାର ମଧ୍ୟ ନିଜସ୍ୱ ଆହ୍ବାନ ରହିଛି। ଏସବୁ ସତ୍ତ୍ବେ ଆଦିବାସୀ ସମାଜ ସେମାନଙ୍କ ପରମ୍ପରାକୁ ବଞ୍ଚାଇବାକୁ ସର୍ବଦା ଆଗ୍ରହୀ। ଟୋଟୋ, ହୋ, କୁଇ, କୁବି ଏବଂ ମାଣ୍ଡା ପରି ଆଦିବାସୀ ଭାଷାରେ କାମ କରିଥିବା ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ମିଳିଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସିଦ୍ଦି, ଜରୱା ଏବଂ ଓଙ୍ଗେ ଜନଜାତିଙ୍କ ସହ କାମ କରୁଥିବା ଲୋକଙ୍କୁ ମଧ୍ୟ ଏବର୍ଷ ପୁରସ୍କୃତ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଭ୍ରାନ୍ତ ଯୁବକମାନଙ୍କୁ ସଠିକ୍ ରାସ୍ତା ଦେଖାଉଛନ୍ତି ସେମାନଙ୍କୁ ବି ଏଥର ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀ ‘ମିଲେଟ’ର ମହତ୍ତ୍ବ ବିଷୟରେ କହିବା ସହ ୨୦୨୩କୁ ମିଲେଟ ପାଇଁ ଅନ୍ତର୍ଜାତୀୟ ବର୍ଷ ଭାବେ ପାଳନ କରାଯାଉଛି ବୋଲି କହିଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ ଏବଂ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭଳି ଅଭିଯାନରେ ଜନସାଧାରଣଙ୍କ ଅଂଶଗ୍ରହଣ ହେତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଚାଲିଛି ବୋଲି ସେ କହିଥିଲେ। ଇ-ଆବର୍ଜନା ସମସ୍ୟା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ ଇ-ଆବର୍ଜନାର ସଠିକ୍ ପରିଚାଳନା ଏକ ବୃତ୍ତାକାର ଅର୍ଥନୀତି ଗଠନ କରିପାରିବ ବୋଲି କହିଥିଲେ। ଆଜିର ଅତ୍ୟାଧୁନିକ ଉପକରଣଗୁଡ଼ିକ ମଧ୍ୟ ଭବିଷ୍ୟତର ଇ-ବର୍ଜ୍ୟ। ପ୍ରତିବର୍ଷ ୫୦ ନିୟୁତ ଟନ୍ ଇ-ଆବର୍ଜନା ଫିଙ୍ଗାଯାଉଛି ବୋଲି ଜାତିସଂଘ ରିପୋର୍ଟରେ ସୂଚନା ଦିଆଯାଇଛି ବୋଲି ମୋଦୀ କହିଥିଲେ।

Spread the love