ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ଏମଏନଆରଇଜିଏ ପାଣ୍ଠି ହ୍ରାସ ନେଇ କଲେ ଉଦ୍‌ବେଗ ପ୍ରକାଶ

ସାଧାରଣ ବଜେଟ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଜେଟରେ ଥିବା କିଛି ଭଲ ଦିଗକୁ ପ୍ରଶଂସା କରିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ କିଛି ଦିଗକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ବୃଦ୍ଧି, ପାନୀୟ ଜଳ ବ୍ୟବସ୍ଥାକୁ ସମର୍ଥନ, ଗ୍ରାମୀଣ ବାସସ୍ଥାନ ବୃଦ୍ଧି ଭଲ ପଦକ୍ଷେପ। ଏହା ବିକାଶକୁ ତ୍ୱରାନ୍ଵିତ କରିବା ସହ ଗ୍ରାମୀଣ ଅଞ୍ଚଳରେ ପ୍ରଭାବଶାଳୀ ହେବା ବୋଲି କହିଛନ୍ତି ନବୀନ। ଓଡିଶା ମିଲେଟ ମିସନ ଉପରେ ପ୍ରଧାନମନ୍ତ୍ରୀଙ୍କ ଭରସାକୁ ସ୍ୱାଗତ କରିଛନ୍ତି। ତେବେ ଏମଏନଆରଇଜିଏ ପାଣ୍ଠି ହ୍ରାସ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ୱାରା ଗରିବ ମାନେ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି।

Spread the love