ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର : ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ସୂଚନା ଅନୁସାରେ, ଲିଭର ସିରୋସିସ୍‌ ରୋଗରେ ଗୁରୁତର ହୋଇ ପଡ଼ିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ। ଏଥିପାଇଁ ପ୍ରାୟ ୬୦ ଲକ୍ଷ ଟଙ୍କା ଆବଶ୍ୟକ। ଯାହାକୁ ଯୋଗାଡ଼ କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ନଥିଲା। ତେଣୁ ସେ ସହାୟତା ପାଇଁ ନିବେଦନ କରିଥିଲେ ।

ସେହି ଅନୁସାରେ ଓଲିଉଡ୍‌ କଳାକାର, ପିଣ୍ଟୁଙ୍କ ଫ୍ୟାନ୍‌ ଏବଂ ସାଧାରଣ ଜନତା ତାଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ସେଥିପାଇଁ ପିଣ୍ଟୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଏହା ଭିତରେ ତାଙ୍କର ଚିକିତ୍ସା ଭୁବନେଶ୍ୱର ସ୍ଥିତ କିମ୍ସ ହସପିଟାଲରେ ଚାଲିଥିଲା ।କିମସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହଯୋଗ ପାଇଁ ସେ ଗଭୀର କୃତଜ୍ଞତା ଜଣାଇଛନ୍ତି । ପିଣ୍ଟୁ ନନ୍ଦ କହିଛନ୍ତି, ଡ. ସାମନ୍ତଙ୍କ ସହଯୋଗ ମୋ ପାଇଁ ବହୁତ ବଡ଼ ଆଶୀର୍ବାଦ । ସେ ମୋ ଚିକିତ୍ସା ପାଇଁ ଦୁଇ ଲକ୍ଷ ଟଙ୍କା ଦେଇଛନ୍ତି । ମୋ ପୁଅ ସାଇର ପାଠ ପଢ଼ା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଓଲିଉଡ୍‌ ସିନେ ଆର୍ଟିଷ୍ଟ ଆସୋସିଏନ୍‌ ତାଙ୍କ ଦୁଃଖ ସମୟରେ ଠିଆ ହୋଇଥିବାରୁ ସେ ତା ୠଣ ଶୁଝି ପାରିବେ ନାହିଁ ବୋଲି କହିଛନ୍ତି ପିଣ୍ଟୁ ନନ୍ଦ ।

Spread the love