ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗିଦାର ହେବ – ଧର୍ମେନ୍ଦ୍ର ପ୍ରଧାନ

ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗିଦାର
ହେବ ବୋଲି ପାଂଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଜାପାନର
ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନୀର ମୁଖ୍ୟ ଓ ପ୍ରତିନିଧିମାନଙ୍କୁ ଭେଟି ବ୍ୟବସାୟିକ ସମ୍ଭାବନା ଦିଗରେ
ଆଲୋଚନା କରିବା ପରେ କହିଛନ୍ତି । ଏହାସହ ଶ୍ରୀ ପ୍ରଧାନ ଭାରତୀୟ ଇସ୍ପାତ ଶିଳ୍ପକୁ ଅଧିକ ସୁଦୃଢ ଉପରେ
ଗୁରୁତ୍ୱାରୋପ କରିଛନ୍ତି । ଡେଡୋ, ନିପ୍ପାନ ଏବଂ ଜେଏଫ୍ଇ ଓ ବିଭିନ୍ନ ଇସ୍ପାତ କମ୍ପାନୀର ମୁଖ୍ୟ ଓ ପ୍ରତିନିଧିଙ୍କ ସହ
ଆଲୋଚନାକାଳରେ ଶ୍ରୀ ପ୍ରଧାନ ନିକଟରେ ଭାରତ ସରକାରଙ୍କ କର୍ପୋରେଟ୍ ଟିକସ ହାର ହ୍ରାସ ପଦକ୍ଷେପ, ଇଜ୍ ଅଫ୍ ଡୁଇଙ୍ଗ ବିଜନେସରେ ଉନ୍ନତି ତଥା ଭାରତରେ ବ୍ୟବସାୟ ଓ ପୁଞ୍ଜିନିବେଶ କରିବା କିପରି ନୂତନ କମ୍ପାନୀ ଓ ନୂଆ ପୁଞ୍ଜିନିବେଶକାରୀଙ୍କୁ ସହାୟକ ହୋଇଛି ତା’ ଉପରେ ଚର୍ଚ୍ଚା କରିଥିଲେ ।
ଶ୍ରୀ ପ୍ରଧାନ ଡେଡୋ ଇସ୍ପାତ କମ୍ପାନୀର ପ୍ରତିନିଧିଙ୍କୁ ସାକ୍ଷାତ୍ କରି ଭାରତୀୟ ଇସ୍ପାତ ଶିଳ୍ପକୁ ଆହୁରି ମଜବୁତ୍
କରିବା ତଥା ବିଶେଷ ଭାବରେ ଟେକ୍ନୋଲୋଜି ହସ୍ତାନ୍ତରଣ ଏବଂ ଇସ୍ପାତ୍ ଉତ୍ପାଦନର ଦର ଉପରେ ଗୁରୁତ୍ୱାରୋପ କରିଥିଲେ । ଡେଡୋ ବିଶ୍ୱର ବୃହତମ ସ୍ୱତନ୍ତ୍ର ଇସ୍ପାତ୍ ତିଆରି କରିବା କମ୍ପାନୀ ଗୁଡିକ ମଧ୍ୟରେ ଅନ୍ୟତମ । ଏହା ଉଚ୍ଚକୋଟୀର ସାମଗ୍ରୀ, ଚୁମ୍ବକୀୟ ସାମଗ୍ରୀ, ଅଟୋମୋବାଇଲ୍ ଉଦ୍ୟୋଗ ଏବଂ ଶିଳ୍ପଭିତିକ ଉପକରଣର ମଧ୍ୟ କାରବାର କରେ । ବିଭିନ୍ନ ସହଯୋଗୀ କମ୍ପାନୀ ଏବଂ ଯୁଗ୍ମ ଭେନଚରସ୍ କାରଣରୁ
ଡେଡୋ ଇସ୍ପାତର ସ୍ଥିତି ଭାରତରେ ଭଲ ରହିଛି । ସେହପରି ନିପ୍ପାନ୍ ଇସ୍ପାତ୍ ଉଦ୍ୟୋଗର ବିଶ୍ୱ ବ୍ୟବସାୟିକ ବିକାଶ ଦଳର କାଟସୁହିରୋ ମିଆମୋଟୋ ଏବଂ ତାଇସୁକ୍ ନୋମୁରାଙ୍କୁ ଭେଟିଛନ୍ତି ଶ୍ରୀ ପ୍ରଧାନ । ଗତିଶୀଳ ଅର୍ଥବ୍ୟବସ୍ଥା ଏବଂ ଇସ୍ପାତ୍ ବ୍ୟବହାର ସହ ଭାରତରେ ବଡ ବଜାର ରହିଛି । ନିପ୍ପାନ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଇଚ୍ଛା ରଖିଛି । ମୋଦି
ସରକାରଙ୍କ ଦୂରଦୃଷ୍ଟିରେ ନୂଆ ଭାରତ ନିର୍ମାଣ ତଥା ଭାରତର ବିକାଶରେ ନିଜର ଉପସ୍ଥିତିକୁ ଜାହିର୍ କରିବା
ପାଇଁ ଭାରତରେ ପୁଞ୍ଜିନିବେଶ ପାଇଁ ଶ୍ରୀ ପ୍ରଧାନ ନିପ୍ପାନ କମ୍ପାନୀକୁ ନିମନ୍ତ୍ରଣ କରିଛନ୍ତି । ନିପ୍ପାନ୍ ବିଶ୍ୱର
ବୃହତମ ଇସ୍ପାତ୍ ନିର୍ମାଣକାରୀ ମାନଙ୍କ କମ୍ପାନୀ ମଧ୍ୟରୁ ଅନ୍ୟତମ । ଏହା ନିର୍ମାଣ କ୍ଷେତ୍ର, ଅଟୋମୋବାଇଲ ଉଦ୍ୟୋଗ, ଲୋକୋମୋଟିଭ୍ ଏବଂ ଜାହାଜନିର୍ମାଣ ପାଇଁ ଇସ୍ପାତ ଯୋଗାଇଥାଏ । ଏତଦବ୍ୟତିତ ଶ୍ରୀ ପ୍ରଧାନ ଜାପାନର ଜେଏଫ୍ଇ ଇସ୍ପାତ୍ର ଉପସଭାପତି ମାସାୟୁକି ହିରୋଜ୍ଙ୍କୁ ଭେଟିଛନ୍ତି ।
ଭାରତୀୟ ଇସ୍ପାତ୍ କ୍ଷେତ୍ର ସହ ଜେଇଏଫ ଦୀର୍ଘକାଳୀନ ସହଯୋଗୀ ହୋଇଥିବା ବେଳେ ଏହି କମ୍ପାନୀ
ଭାରତରେ ନିଜ ଉଦ୍ୟୋଗର ସଂପ୍ରସାରଣ କରିବା ପାଇଁ ଇଚ୍ଛୁକ ଅଛି । ପୁଞ୍ଜିନିବେଶ କରିବା ପାଇଁ ଭାରତ ଏକ ଉକୃଷ୍ଟ ସ୍ଥାନ ହୋଇଥିବା ବେଳେ ବୃହତ ବଜାର, ଚାହିଦା ଏବଂ ଅନୁକୂଳଯୁକ୍ତ ବ୍ୟବସାୟିକ ପରିବେଶ ହୋଇଥିବାରୁ ଶ୍ରୀ ପ୍ରଧାନ ଭାରତରେ ଜେଇଏଫର ଇସ୍ପାତ ବୃଦ୍ଧି କରିବା ପାଇଁ ଜେଏଫ୍ଇ ଇସ୍ପାତ୍ର
ଉପସଭାପତିଙ୍କୁ ନିମନ୍ତ୍ରଣ କରିଛନ୍ତି । ବିଶ୍ୱର ଇସ୍ପାତ୍ ନିର୍ମାଣକାରୀ କମ୍ପାନୀମାନଙ୍କ ମଧ୍ୟରୁ ଜେଇଏଫ କମ୍ପାନୀ ଅନ୍ୟତମ ହୋଇଥିବା ବେଳେ ଏହା ଇସ୍ପାତ୍ ଶିଳ୍ପ ପାଇଁ ପରିବେଶ ସହଯୋଗୀ ନୂଆ ଟେକ୍ନୋଲୋଜିର ବିକାଶ କରୁଅଛି ।

Spread the love