ମହିଳା ଟି-୨୦ ବିଶ୍ବକପ୍ : ଓ୍ବେଷ୍ଟଇଣ୍ଡିଜକୁ ୬ ଓ୍ବିକେଟରେ ହରାଇଲା ଭାରତ

 ମହିଳା ଟି-୨୦ ବିଶ୍ବକପରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି । ବୁଧବାରଦିନ କେପଟାଉନଠାରେ ଖେଳାଯାଇଥିବା ଏକ ମ୍ୟାଚରେ ଓ୍ବେଷ୍ଟ ଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଓ୍ବେଷ୍ଟ ଇଣ୍ଡିଜ ଦ୍ବାରା ରଖାଯାଇଥିବା ୧୧୯ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୮.୧ ତମ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ରିଚା ଘୋଷ ୪୪ ରନ କରିଥିବାବେଳେ ହରମନପ୍ରିତ କୌର ୩୩ ରନ କରିଥିଲେ । ଶେଫାଲି ବର୍ମା ୨୮ ରନ କରିଥିଲେ ।

ଏହି ମ୍ୟାଚରେ ଓ୍ବେଷ୍ଟ ଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୧୮ ରନ କରିଥିଲା । ଦଳ ପକ୍ଷରୁ ଏସ.ଟେଲର ୪୨ରନ ଓ କ୍ୟାମ୍ପବେଲ ୩୦ ରନ କରିଥିଲେ । ଚେଡିଅନ ନେସନ ୨୧ରନ ଓ ସବିକା ଗଞ୍ଜାବି ୧୫ ରନ କରିଥିଲେ । ଭାରତ ପକ୍ଷରୁ ଦିପ୍ତୀ ଶର୍ମା ୩ଟି ଓ୍ବିକେଟ ନେଇଥିବାବେଳେ ରେଣୁକା ସିଂ ଓ ପୂଜା ବସ୍ତ୍ରାକର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଗତ ରବିବାର ଖେଳାଯାଇଥିବା ଭାରତ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ।

Spread the love