ନଭେମ୍ବର ୦୧ରେ ବିଜେପି ବିଧାୟକଙ୍କ ପ୍ରତିନିଧୀ ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବେ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସରକାରୀ କାର୍ଯ୍ୟରେ ଯାଇଥିବା ସ୍ମିତାରାଣୀଙ୍କୁ ଦୁର୍ଷ୍କମ କରାଯାଇ ହତ୍ୟା କରାଯାଇଛି । ଯାଜପୁର ପୋଲିସ କେବଳ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଗିରଫ କରିଛି । ଗେଷ୍ଟ ହାଉସ ରଙ୍ଗମହଲରେ ଉପସ୍ଥିତ ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ଏବଂ ରାମକୋର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସେ ସମୟରେ ଉପସ୍ଥିତ ଥିବା ସତ୍ୱେ ଶାସକ ଦଳ ଚାପରେ ପୋଲିସ ସେମାନଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ ।

ଯାଜପୁର ଏସପି ଚରଣ ସିଂହ ମୀନା ଅଭିଯୁକ୍ତମାନଙ୍କୁ ଖସାଇବା ପାଇଁ ମୃତା ସ୍ମିତାରୀଣୀର ଚରିତ୍ରହନନ କରି ତଦନ୍ତକୁ ବୃତିଗତ
ନକରି ବ୍ୟକ୍ତିଗତ ଭାବେ କରିଛନ୍ତି । ସେହିପରି ମହିଳା କମିଶନ ଅଧ୍ୟକ୍ଷା ମୃତା ସ୍ମିତାରାଣୀଙ୍କ ପରିବାର ସଦସ୍ୟଙ୍କୁ ନଭେଟି
ତଦନ୍ତ ନାଁରେ କେସକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଚାଲିଛନ୍ତି । ବିଜେପି ପକ୍ଷରୁ ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ଯାଜପୁର ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ମିଥ୍ୟା କଥା କହି ତଦନ୍ତକୁ
ବାଟବଣା କରିବା ପାଇଁ ଅପଚେଷ୍ଟା କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରିଛି । ଏହି ପରିପ୍ରେକ୍ଷୀରେ ନଭେମ୍ବର ୧ ତାରିଖ ଦିନ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନଙ୍କର ଏକ ପ୍ରତିନିଧୀ ଦଳ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଗସ୍ତ କରି ତଦନ୍ତ କରିବ ।
ଏହି ପ୍ରତିନିଧୀ ଦଳ ମୃତା ସ୍ମିତାରାଣୀଙ୍କ ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀମାନଙ୍କୁ ଭେଟି ଘଟଣା ସଂର୍ପକରେ ଆଲୋଚନା କରିବେ । ପରେ ସ୍ମିତାରାଣୀକୁ ହତ୍ୟା କରାଯାଇଥିବା ଗେଷ୍ଟହାଉସକୁ ଯାଇ ସରଜମିନ ତଦନ୍ତ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ଏହି ବିଧାୟକ ଦଳ ପ୍ରତିନିଧୀ ଦଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ,
ବିଧାୟକ ଜୟନ୍ତ ଷଡଙ୍ଗୀ, ଲଲିତେନ୍ଦୁ ମହାପାତ୍ର, କୁସୁମ ଟେଟେ, ସୁକାନ୍ତ ନାୟକ ପ୍ରମୁଖ ସାମିଲ ହୋଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Spread the love