ମୁଣ୍ଡିଆ ମାରିଲେ, ବିଧାନସଭା ଭିତରକୁ ପ୍ରବେଶ କଲେ ବିଧାୟିକା ବର୍ଷା ସିଂ ବରିହା

ବିଧାୟକ ଭାବେ ପ୍ରଥମଥର ପାଇଁ ବିଧାନସଭା ଆସିଲେ ବର୍ଷା ସିଂ ବରିହା । ପଦ୍ମପୁର ଉପ-ନିର୍ବାଚନରେ ବିଜୟ ପରେ ପ୍ରଥମ ଥର ପାଇଁ ବର୍ଷା ସିଂ ବରିହା ବିଧାସଭା ଆସିଛନ୍ତି । ତେବେ ଗୃହ ଭିତରକୁ ପ୍ରବେଶ ପୂର୍ବରୁ ବିଧାନସଭା ବାହାରେ ମୁଣ୍ଡିଆ ମାରି ଗୃହ ଭିତରକୁ ବିଧାୟିକା ବର୍ଷା ବରିହା ବିଧାନସଭା ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ପ୍ରଥମଥର ପାଇଁ ବିଧାନସଭା ଆସିବା ନେଇ ବହୁତ ଉତ୍ସାହିତ ଥିବା କହିଛନ୍ତି ବର୍ଷା ସିଂ ବରିହା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଗଣତନ୍ତ୍ରର ମନ୍ଦିରକୁ ଆସିବା ପାଇଁ ମତେ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି । ଆମ ଅଞ୍ଚଳର ଯାହା ସବୁ ସମସ୍ୟା ରହିଛି ତାହାର ସମାଧାନ ପାଇଁ ଗୃହରେ ଉପସ୍ଥାପନା କରିବି । ମରୁଡି ଅଞ୍ଚଳରେ ପାଣିର ଯେଉଁ ସମସ୍ୟା ରହିଛି, ତାହା ମୋର ପ୍ରଥମ ମୁଦ୍ଦା ରହିବ ।

Spread the love