ମହିଳାଙ୍କୁ କାମୁଡିଦେଲା କୁମ୍ଭୀର

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମ୍ବାରିଗାଁ ଗ୍ରାମରେ ଆଜି କୁମ୍ଭୀର କାମୁଡ଼ାରେ ନାନୀ ଗ‌ୌଡ଼ ନାମ୍ନି ଜଣେ ମହିଳା ଆହତ ହୋଇଛନ୍ତି। ଅପରାହ୍‌ଣ ୫ଟା ବେଳେ ସେ ସାଗରବନ୍ଧକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣି ଭିତରେ କୁମ୍ଭୀର ହାବୁଡ଼ରେ ପଡ଼ିଥିଲେ। କୁମ୍ଭୀରଟି ତାଙ୍କ ହାତକୁ କାମୁଡ଼ିଦେଇଥିଲା। ନାନୀ ସେଠାରୁ ଜୀବନ ବଞ୍ଚାଇ ଫେରିବାରେ ସଫଳ ହୋଇଥିଲେ। ତାଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ତେବେ ସାଗରବନ୍ଧରେ କୁମ୍ଭୀର ଥିବା ଜଣାପଡିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

Spread the love