ଗୋପବନ୍ଧୁ ପ୍ରତିମୂର୍ତ୍ତିର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ ସୁଆଣ୍ଡୋରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍କଳର ବରପୁତ୍ର ଉତ୍କଳମଣିଙ୍କୁ ଆଜି ମିଳିବ ବିଶେଷ ସମ୍ମାନ । ଜନ୍ମସ୍ଥାନ ପୁରୀ ଜିଲ୍ଲା ସୁଆଣ୍ଡୋରେ ପୂର୍ଣ୍ଣାବୟବ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସୁଆଣ୍ଡୋରେ ନବନିର୍ମିତ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ୨୫ କୋଟି ୮୦ ଲକ୍ଷ ଟଙ୍କାରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋ ଗାଁ ନୂଆ ରୂପ ନେଇଛି । ପୁରୀ- ଭୁବନେଶର ଜାତୀୟ ରାଜପଥ ପଟନାୟକିଆ ଠାରୁ ସୁଆଣ୍ଡକୁ ଓସାରିଆ ରାସ୍ତା, ଆଲୋକୀକରଣ, ଗାଁ ମନ୍ଦିର ପୁନଃରୁଦ୍ଧାର, ଗୋପବନ୍ଧୁ ପାର୍କ, ମ୍ୟୁଜିଅମ, ସଠିଘର, ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ।

Spread the love