ପତ୍ନୀଙ୍କ ଇଛା ପୂରଣ କରିବାକୁ ଯାଇ ୭ କୋଟି ଟଙ୍କାରେ ମନ୍ଦିର ତୋଳି ଦେଲେ ସ୍ବାମୀ

ପତ୍ନୀଙ୍କ ଇଛା ପୂରଣ କରିବାକୁ ଯାଇ ମନ୍ଦିର ତୋଳି ଦେଲେ ସ୍ବାମୀ। ଏଭଳି ଏକ ମନ୍ଦିର ଭେଟି ଦେବାକୁ ଯାଉଛନ୍ତି ସ୍ବାମୀ ଯାହାକୁ ର୍ନିମାଣ ପାଇଁ ଦୀର୍ଘ ୧୫ ବର୍ଷ ସମୟ ଲାଗିଛି ଏବଂ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା। ଯାଜପୁର ବିଝାଂରପୁର ଚିକ୍କଣା ଗ୍ରାମରେ ର୍ନିମିତ ହୋଇଛି ଏହି ସନ୍ତୋଷୀ ମା’ ମନ୍ଦିର। ହାଇଦ୍ରାବାଦରେ ରହୁଥିବା ଶିଳ୍ପପତି ସ୍ବାମୀ କ୍ଷେତ୍ରବାସୀ ଲେଙ୍କା ପତ୍ନୀଙ୍କ ପ୍ରତି ଥିବା ଏଭଳି ଭଲ ପାଇବା ଓ ତାଙ୍କ ମନ୍ଦିର ଉପହାର କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଯାଜପୁର ବିଂଝାରପୁର ଚିକଣା ଗାଁରେ ନିର୍ମାଣ ହୋଇଛି ଏହି ଭବ୍ଯ ମନ୍ଦିର। ଉଭୟ ଦମ୍ପତି ହାଇଦ୍ରାବାଦରେ ରହୁଥିବା ବେଳେ ପତ୍ନୀଙ୍କୁ ତାଙ୍କ ଗ୍ରାମରେ ମନ୍ଦିର କରିଦେବାର  ପ୍ରତିଶୃତି ଦେଇଥିଲେ ଶିଳ୍ପପତି ସ୍ବାମୀ।

ଭାରତୀୟ ମନ୍ଦିର ଶୈଳୀରେ ର୍ନିମିତ ହୋଇଛି ଏହି ମନ୍ଦିର। ପତ୍ନୀ ସନ୍ତୋଷୀ ମାଙ୍କ ଭକ୍ତ ହୋଇଥିବାରୁ ସ୍ବାମୀ କ୍ଷେତ୍ରବାସୀ ଲେଙ୍କା ବିବାହ ବେଳେ ଦେଇଥିବା ସନ୍ତୋଷୀ ମା ମନ୍ଦିରଟିଏ ନିର୍ମାଣର ପ୍ରତିଶୃତି ଦେଇଥିଲେ। ସେହି  ସ୍ବପ୍ନକୁ ପୁରଣ ପାଇଁ ଦୀର୍ଘ ୧୫ବର୍ଷ ସମୟ ଲାଗିଛି। ଆସନ୍ତା ୨୮ ତାରିଖ ଦିନ ଏହି ମନ୍ଦିର ପ୍ରତିଷ୍ଠା କରାଯିବା ପାଇଁ ସ୍ଥିର ହୋଇଛି। ମନ୍ଦିରର ମୁଖଶାଳା ୮୬ ଫୁଟ ହୋଇଥିବା ବେଳେ ମନ୍ଦିର ୬୫ ଫୁଟ ବିଶିଷ୍ଟ ହୋଇଛି । ମନ୍ଦିରରେ ସନ୍ତୋଷୀ ମାଙ୍କ ସହ ଶିବ ଗଣେଷ ହନୁମାନ ଓ ନବଗ୍ରହ ଏହି ମନ୍ଦିରରେ ପୁଜା ପାଇବେ । ସ୍ବାମୀଙ୍କ ଠାରୁ ଏଭଳି ଉପହାର ପାଇ ବେଶ ଖୁସି ଅନୁଭବ କରିଛନ୍ତି ପତ୍ନୀ ବୈଜୟନ୍ତି । ଗୋଟେପଟେ ପତ୍ନୀର ଇଛା ପୁରଣ କରି ପାରିଥିବା ଶିଳ୍ପପତି ଯେତିକି ଖୁସି ପତ୍ନୀ ବି ଏପରି ଏକ ଉପହାର ପାଇ ଆନନ୍ଦିତ ।

Spread the love