ମାତ୍ର ପାଞ୍ଚ ହଜାର ଟଙ୍କା ନେଇ ଭାରତ ଆସିଥିଲେ ନୋରା

ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ପ୍ରତିଭା ଅଛନ୍ତି। ଷ୍ଟ୍ରଗଲିଂ ଆକ୍ଟର ତଥା ଆକ୍ଟ୍ରେସ ମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଏହି ଇଣ୍ଡଷ୍ଟ୍ରିକୁ ଆସନ୍ତି ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି। ଆଜି ଆମେ ଆପଣଙ୍କୁ ଏପରି ବ୍ୟକ୍ତିତ୍ୱ ବିଷୟରେ କହିବାକୁ ଯାଉଛୁ, ଯିଏ ବଲିଉଡରେ ନିଜ ଜଲୱା ଦେଖାଇବା ପାଇଁ ସାତ ସମୁଦ୍ର ପାର୍ କରି  ମାୟନଗରୀକୁ ଆସି ପହଞ୍ଚିଥିଲେ। ଆମେ ଏଠାରେ ବଲିଉଡର ‘ଦିଲବର୍ ଗର୍ଲ’ ନୋରା ଫତେହିଙ୍କ ବିଷୟରେ କହୁଛୁ, ଯାହାଙ୍କ ଗୋଟିଏ ଝଲକ୍ ଦେଖିବା ପାଇଁ ଦର୍ଶକ ପାଗଳ। ଚଳଚ୍ଚିତ୍ର ଅପେକ୍ଷା ନୋରାଙ୍କୁ ଅଧିକ ଆଇଟମ ଡ୍ୟାନ୍ସରେ ଦେଖିବାକୁ ମିଳିଥିଲା ​।  ‘ଶୋର : ଟାଇଗର ଅଫ୍ ସୁନ୍ଦରବନ୍’ ଫିଲ୍ମରୁ ନୋରା ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ।

ଫିଲ୍ମ ‘ଶୋର’ ରେ ନୋରା ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ | ଏହା ପରେ ସେ ତେଲୁଗୁ ଚଳଚ୍ଚିତ୍ରରେ କାମ କରିବାକୁ ଅଫର ପାଇଲେ | ନୋରାଙ୍କୁ ରିଆଲିଟି ଶୋ ‘ବିଗ୍ ବସ୍’ର ସିଜନ ୯ରେ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ଲୋକପ୍ରିୟତା ହାସଲ କରିଥିଲେ | ଏହି ଶୋ ପରେ ନୋରା ରିଆଲିଟି ସୋ ‘ଝଲକ ଦିଖଲା ଜା’ରେ ମଧ୍ୟ ଭାଗ ନେଇଥିଲେ | ଏହି ପ୍ଲାଟଫର୍ମରୁ ନୋରା ନିଜର ପ୍ରତିଭାକୁ ବିଶ୍ୱକୁ ଦେଖାଇଥିଲେ | ‘ଦିଲବର୍’ ଗୀତରେ ନୋରଙ୍କ ଡ୍ୟାନ୍ସିଂ ମୁଭସ୍ ଦର୍ଶକଙ୍କୁ ଘାଇଲା କରିଥିଲା |

ଆଜି, ଯଦିଓ ବିଶ୍ୱ ନୋରାଙ୍କୁ ଜଣେ ସଫଳ ଅଭିନେତ୍ରୀ ଭାବରେ ଦେଖେ, କିନ୍ତୁ ଏହି ସଫଳତା ପାଇବା ପାଇଁ ନୋରାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା | ଯେତେବେଳେ ନୋରା ପ୍ରଥମେ ଭାରତ ଆସିଥିଲେ, ତାଙ୍କ ପାଖରେ କେବଳ 5000 ଟଙ୍କା ଥିଲା | ଏକ ସାକ୍ଷାତକାର ସମୟରେ ନୋରା ପ୍ରକାଶ କରିଛନ୍ତି ଯେ, ସେ ଏକ କଫି ସୋପରେ ମଧ୍ୟ କାମ କରିଥିଲେ। ନୋରା ଜଣେ ଟେଲିକଲର୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି | କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ନୋରା ଲଟେରୀ ଟିକେଟ ମଧ୍ୟ ବିକ୍ରି କରୁଥିଲେ |

ନୋରା ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି | ନୋରାଙ୍କୁ ଆଉ କାମ ଏବଂ ସ୍ୱୀକୃତିର ଅଭାବ ନାହିଁ | ଜନ୍ ଅବ୍ରହାମଙ୍କ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ରେ ‘ ଦିଲବର ଦିଲବର୍ ‘ଗୀତରେ ନୋରା ସମସ୍ତଙ୍କ ହୃଦୟ ଜିତିଥିଲେ। ଏହା ପରେ ସେ ସଲମାନ ଖାନଙ୍କ ସହ ଫିଲ୍ମ ‘ଭାରତ’ରେ ମଧ୍ୟ ଅଭିନୟ କରିଥିଲେ। ଏଥି ସହିତ, ନୋରା ଜନ୍ ଅବ୍ରହାମଙ୍କ ଫିଲ୍ମ ‘ବଟଲା ହାଉସ୍’ର ‘ସାକି ସାକି’ ଏବଂ ‘ସ୍ତ୍ରୀ’ ଫିଲ୍ମର ‘କମରିଆ’ ଗୀତରେ ମଧ୍ୟ ନିଜର ଡ୍ୟାନ୍ସ ଜଲୱା ଦେଖାଇଛନ୍ତି ।

Spread the love