ପତ୍ନୀହନ୍ତା ସ୍ଵାମୀଙ୍କୁ ୭ ବର୍ଷ ଜେଲ

ପତ୍ନୀହନ୍ତା ସ୍ଵାମୀଙ୍କୁ ୭ ବର୍ଷ ଜେଲ। ଜେଲ ଦଣ୍ଡାଦେଶ ଶୁଣାଇଲେ ମୟୁରଭଞ୍ଜ ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ଦୋଷୀ ସ୍ବାମୀ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ରୋଳାସାହି ଗ୍ରାମର ଧୁଣ୍ଡା ଓରଫ୍ ବଳରାମ ସିଂ । ୨୦୨୧ ମସିହାରେ ଘଟିଥିଲା ଘଟଣା। ପାରିବାରିକ କଲହରୁ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ଵାମୀ। ବାଙ୍ଗିରିପୋଷି ଥାନା ହାଣଦା ଗ୍ରାମରେ ନିଜ ବାପା ଘରେ ସ୍ତ୍ରୀ ରାଇବରି ସିଂ ଥିବା ବେଳେ ପିଟି ପିଟି ହତ୍ଯା କରିଥିଲା ସ୍ୱାମୀ ବଳରାମ। ଘଟଣାକୁ ନେଇ ବାଙ୍ଗିରିପୋଷି ଥାନାରେ ଶଶୁର ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ୧୫ ଜଣ ସାକ୍ଷ୍ୟଙ୍କ ବୟାନ ଓ ଅନ୍ଯାନ୍ଯ ପ୍ରମାଣକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଡ଼ ଦୀପକରନ ସାହୁ।

Spread the love