୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ଝଟକା, ଏକାକୀ ନିର୍ବାଚନ ଲଢିବାକୁ ମମତା ଦେଲେ ସଂକେତ

ଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ ଏବେ ବିରୋଧୀ ମେଣ୍ଟକୁ ଏକ ବ ଡ ଝଟକା ଦେଇଛନ୍ତି । ଗୁରୁବାର ଦିନ ମମତା ବାନାର୍ଜୀ କହିଛନ୍ତି କି ୨୦୨୪ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ କାହା ସହିତ ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢିବାକୁ ଯାଉଛି । ସେ କହିଛନ୍ତି କି ଟିଏମସିର ମେଣ୍ଟ ଲୋକଙ୍କ ସହିତ ହେବ ।

ମମତା ବାନାର୍ଜୀ କହିଛନ୍ତି କି ୨୦୨୪ ଲୋକସଭା ନିର୍ବାଚନ ସେ ଲୋକଙ୍କ ସମର୍ଥନରେ ଲଢିବାକୁ ଯାଉଛନ୍ତି । ଲୋକଙ୍କ ଉର୍ଦ୍ଦେଶ୍ୟରେ ମମତା ବାନାର୍ଜୀ କହିଛନ୍ତି ଯେ ଯେଉଁମାନେ ବିଜେପି ବିରୋଧରେ ଭୋଟ ଦେବାକୁ ଚାହୁଁଛନ୍ତି ସେମାନେ ଟିଏମସିକୁ ଭୋଟ ଦେବେ । ୨୦୨୪ରେ ମମତାଙ୍କୁ ଜନତାଙ୍କ ସମର୍ଥନ ମିଳିବ ବୋଲି ସେ ଦାବି କରିଛନ୍ତି ।

ଗତ କିଛିବର୍ଷ ହେବ କିଛି ବିରୋଧୀଦଳ ବିଜେପି ବିରୋଧରେ ଏକଜୁଟ ହେବାକୁ ପ୍ରୟାସ ଜାରି ରଖିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରାଲି କରୁଛନ୍ତି ତ ବିହାର ମୁଖ୍ୟମନ୍ତ୍ରୀ ଜଣଙ୍କ ପରେ ଜଣେ ବିରୋଧୀଦଳ ନେତାଙ୍କୁ ଭେଟି ମେଣ୍ଟ ପାଇଁ ମିଟିଂ କରୁଛନ୍ତି । ଏହି ସମୟରେ ମମତାଙ୍କର ଏଭଳି ବୟାନ ବିରୋଧୀ ମେଣ୍ଟକୁ ବଡ ଝଟକା ଦେଇଛି । ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାର୍ଲିନ ତାଙ୍କର ଜନ୍ମଦିନରେ ଚେନ୍ନାଇରେ ଏକ ରାଲି କରିଥିଲେ । ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ , ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଅନେକ ନେତାଙ୍କୁ ଦେଖିବାକୁ ମିଳିଥିଲା । ଏଠାରେ ବି ବିଜେପି ବିରୋଧରେ ବିରୋଧୀମାନେ କିଭଳି ଏକଜୁଟ ହୋଇପାରିବେ ତାହା ଉପରେ ଆଲୋଚନା ହୋଇଥିଲା ।

ଅନ୍ୟପଟେ ପଶ୍ଚିମବଙ୍ଗ ସାଗରଦୀଘି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ମମତାଙ୍କୁ ବଡ ଝଟକା ଲାଗିଛି । ଏଠାରେ ଟିଏମସି ପ୍ରାର୍ଥୀଙ୍କୁ ବାମ ଓ କଂଗ୍ରେସ ମେଣ୍ଟର ପ୍ରାର୍ଥୀ ପରାଜିତ କରିଛନ୍ତି । ଏହି ନିର୍ବାଚନ ଫଳାଫଳ ଆସିବା ପରେ ମମତା ବାନାର୍ଜୀ କହିଛନ୍ତି କି ଏଠାରେ ବିଜେପି, କଂଗ୍ରେସ ଓ ବାମମେଣ୍ଟ ଭିତରେ ଅନୈତିକ ସଂପର୍କ ରହିଛି ।

Spread the love