ମେଘାଳୟରେ ପୁଣି ଏନପିପି, ବିଜେପି ମେଣ୍ଟ ! ଅମିତ ଶାହାଙ୍କୁ ଫୋନ କରି ସମର୍ଥନ ମାଗିଲେ ସାଙ୍ଗମା

ସିଲଂ : ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ଝୁଲା ବିଧାନସଭା ହେବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ନାସନାଲ ପିପୁଲ୍ସ ପାର୍ଟି (ଏନପିପି) ସରକାର ଗଠନ ପାଇଁ ବିଜେପିର ସମର୍ଥନ ଲୋଡ଼ିଛି ।

ଭୋଟ ଗଣତି ଶେଷ ହେବା ପରେ ଏନପିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କୋନରାଡ୍ ସାଙ୍ଗମା ଫୋନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ କଥା ହୋଇଛନ୍ତି । ସେ ସରକାର ଗଠନ ପାଇଁ ବିଜେପିର ସମର୍ଥନ ଲୋଡ଼ିଥିବା କୁହାଯାଉଛି ।

ମେଘାଳୟ ବିଧାନସଭାରେ ୬୦ଟି ଆସନ ଥିବାବେଳେ ତା ମଧ୍ୟରୁ  ୫୯ଟି ଆସନରେ ନିର୍ବାଚନ ହୋଇଥିଲା । ରାଜ୍ୟରେ  ସରକାର ଗଢିବାକୁ ୩୧ ଆସନ ଆବଶ୍ୟକ । ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଦଳ ଏନପିପି ୨୫ଟି ଆସନରେ ବିଜୟ ହାସଲ କରିଛି । ବିଜେପି ମାତ୍ର ୩ଟି ଆସନରେ ବିଜୟ ହାସଲ କରିଛି । ବିଜେପିର ସମର୍ଥନ ହାସଲ କରିବା ପରେ ଆଉ କେତେକ ସ୍ବାଧୀନ ବିଧାୟକ ଓ ଛୋଟ ଛୋଟ ଦଳଙ୍କ ସମର୍ଥନରେ ସାଙ୍ଗମା ସରକାର ଗଠନ ପାଇଁ ଆଶାୟୀ ଅଛନ୍ତି ।

ମେଘାଳୟରେ ଫେବ୍ରୁଆରି ୨୭ତାରିଖରେ ୬୦ଟି ଆସନରୁ ୫୯ଟିଆସନରେ ମତଦାନ ହୋଇଥିଲା। ୟୁଡିପି ପ୍ରାର୍ଥୀ ଏଚଡିଆର ଲିଙ୍ଗଡୋଙ୍କ ଦେହାନ୍ତ ହେତୁ ସୋହିଓଙ୍ଗ ଆସନର ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

Spread the love