ନବବଧୂକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ : ମଞ୍ଚେଶ୍ୱର ଥାନାରେ ମୃତକଙ୍କ ପରିବାର
ଭୁବନେଶ୍ୱର ଜରିପାଟଣା ଗ୍ରାମରେ ନବବଧୂକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ମିଶି ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ମୃତକ ହେଉଛନ୍ତି ଜଗତସିଂହପୁର ଡ଼ିଆସାହିର ଲକ୍ଷ୍ମୀପ୍ରିୟା ମହାନ୍ତି । ସେ ଜରିପାଟଣାର ପ୍ରଭାତ ପରିଡ଼ାଙ୍କୁ ଗତ ୨ ବର୍ଷ ୨ ମାସ ତଳେ ବିବାହ କରିଥିଲେ । ଗତକାଲି ରାତିରେ କୌଣସି ଏକ କାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛିି । ତାହା ଜଣା ପଡ଼ିନଥିବା ବେଳେ, ମଞ୍ଚେଶ୍ୱର ଥାନା ପୁଲିସର ଦ୍ୱାରସ୍ତ ହୋଇଛନ୍ତି ମୃତକଙ୍କ ପରିବାର ।