କିଟ୍‍ ଓ କିସ୍‍ ପରିଦର୍ଶନ SRFTIର ୩୦ ଜଣିଆ ପ୍ରତିନିଧି ଦଳ, ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ କଲେ ପ୍ରଶଂସା

କୋଲକାତାସ୍ଥିତ ସତ୍ୟଜିତ ରାୟ ଫିଲ୍‍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ନେତୃତ୍ୱରେ ଇନଷ୍ଟିଚ୍ୟୁଟର ୩୦ ଜଣିଆ ପ୍ରତିନିଧି ଦଳ କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି। ଶନିବାର ଏହି ପ୍ରତିନିଧି ଦଳ କିଟ୍‍ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‍ର ବିଭିନ୍ନ ୟୁନିଟ୍‍ ବୁଲି ଦେଖିଥିଲେ।କିସରେ ଶିକ୍ଷା ଜରିଆରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରାଯିବା ନେଇ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତଙ୍କୁ ଭେଟି ପ୍ରତିନିଧି ଦଳ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ସାମନ୍ତ ସମସ୍ତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦିପକ ବେହେରା ଓ କିସ୍‍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love