କଂଗ୍ରେସ ମୋଦୀଙ୍କ କବର ଖୋଳିବାରେ ଓ ମୋଦୀ ଗରିବଙ୍କ ଜୀବନକୁ ସହଜ କରିବାରେ ବ୍ୟସ୍ତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କର୍ଣ୍ଣାଟକକୁ ଅନେକ ଯୋଜନା ଉପହାର ଦେବା ସହ ବେଙ୍ଗାଲୁରୁ-ମହୀସୁର ଏକ୍ସପ୍ରେସୱେକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହା ପରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଥିବା ଦେଖାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ‘କଂଗ୍ରେସ ଏବଂ ଏହାର ସହଯୋଗୀମାନେ ମୋଦୀଙ୍କ କବର ଖୋଳିବାକୁ ସ୍ୱପ୍ନ ଦେଖୁଛନ୍ତି ଏବଂ ମୋଦୀ ବେଙ୍ଗାଲୁରୁ-ମହୀସୁର ଏକ୍ସପ୍ରେସୱେ ନିର୍ମାଣରେ ବ୍ୟସ୍ତ ଅଛନ୍ତି। କଂଗ୍ରେସ ମୋଦୀଙ୍କ କବର ଖୋଳିବାରେ ବ୍ୟସ୍ତ ଏବଂ ମୋଦୀ ଗରିବଙ୍କ ଜୀବନକୁ ସହଜ କରିବାରେ ବ୍ୟସ୍ତ। ମୋଦୀଙ୍କ କବର ଖୋଳିବାକୁ ସ୍ୱପ୍ନ ଦେଖୁଥିବା କଂଗ୍ରେସ ଜାଣେ ନାହିଁ ଯେ ଦେଶର କୋଟି କୋଟି ମା’ ଓ ଭଉଣୀଙ୍କ ଆଶୀର୍ବାଦ ମୋଦୀଙ୍କ ପାଇଁ ବଡ଼ ସୁରକ୍ଷାର ଢ଼ାଲ।

କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଥିଲେ, ‘୨୦୧୪ ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା, ସେହି ସମୟରେ ସେମାନେ ଗରିବ ଲୋକଙ୍କୁ ତଳିତଳାନ୍ତା କରିବା ପାଇଁ ସବୁ କରିଥିଲେ। କଂଗ୍ରେସ ସରକାର ଗରିବ ଲୋକଙ୍କ ବିକାଶ ନାଁରେ ହଜାର ହଜାର କୋଟି ଟଙ୍କା ଲୁଟି ନେଇଥିଲେ। ଗରିବ ଲୋକଙ୍କ ଯନ୍ତ୍ରଣା ଓ ଦୁଃଖ ପାଇଁ କଂଗ୍ରେସ କୌଣସି ପରିବର୍ତ୍ତନ ଆଣିନାହିଁ। ହେଲେ ଚାଷୀଙ୍କ ଛୋଟ ସମସ୍ୟା ଦୂର କରି ବିଜେପି ସେମାନଙ୍କ ସମସ୍ୟାର ସମାଧାନ କରୁଛି। ମାଣ୍ଡିଆର ୨.୫ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ବିଜେପି ସରକାରଙ୍କ ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ଗତ ୯ବର୍ଷ ମଧ୍ୟରେ ବିଜେପି ସରକାରଙ୍କ ଯୋଜନା ଦ୍ୱାରା କୋଟି କୋଟି ଗରିବଙ୍କ ଜୀବନ ବଞ୍ଚିବା ସହଜ ହୋଇଛି। କଂଗ୍ରେସ ଶାସନ କାଳରେ ଗରିବ ଲୋକଙ୍କ ସୁବିଧା ପାଇଁ ସରକାରୀ ଅଫିସର ଚକ୍କର କାଟିବାକୁ ପଡୁଥିଲା। ହେଲେ ଏବେ ସେ ସମସ୍ୟ‌ା ହେଉନାହିଁ।

Spread the love