ପୁଣି ରକ୍ତରଞ୍ଜିତ ହେଲା ପୁରୀ: ମାର୍କେଟ ଛକରେ ହଣାହଣି

ପୁରୀ :ପୁରୀରେ ହଣାକଟା । ୩ ଗୁରୁତର । ପୁରୀ ବଡଦାଣ୍ଡ ମାର୍କେଟ ଛକରେ ଗୋଷ୍ଠୀ ସଂଘର୍ଷ । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୩ଜଣ ଗୁରୁତର ହୋଇଛନ୍ତି । ବୀରହରେକୃଷ୍ଣପୁର ମେଳଣରେ ଜୁଆ ଖେଳକୁ କେନ୍ଦ୍ର କରି ହଣାକଟା ହୋଇଛି ।ଗତକାଲି ରାତିରେ ବୀରହରେକୃଷ୍ଣପୁର ଖଡ଼ିପଦା ମେଳଣରେ ଉଭୟ ଗୋଷ୍ଠୀ ଭିତରେ ବଚସା ଓ ଗଣ୍ଡଗୋଳ ହୋଇଥିଲା । ଫଳରେ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳୁ ଗୋଟିଏ ଗୋଷ୍ଠୀର ଲୋକ ପୁରୀ ମାର୍କେଟ ଛକ ବାଟା ଶୋ ରୁମ ନିକଟରେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଯୁବକ ହେଲେ ମାର୍କେଟ ଛକର ହୃଷିକେଶ ପଣ୍ଡା, ପଞ୍ଚଚଉରା ଛକର ଖଗେଶ୍ୱର ସାହୁ ଓ ମାର୍କଣ୍ଡେଶ୍ୱର ସାହି ବାଣୁଆ ଗଳିର ଜୁଏଲ ଦାସ । ଜୁଏଲ ଦାସଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love